ସୁନା ଚୋରା ଚାଲାଣ କରୁଥିବା ‘ଏୟାର୍‌ ଇଣ୍ଡିଆ’ର କ୍ୟାବିନ୍ କ୍ରୁ’ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ସୁନା ଚୋରା ଚାଲାଣ ବେଳେ କ୍ୟାବିନ୍‌ କ୍ରୁ ଗିରଫ । ବୁଧବାର କେରଳର କୋଚି ବିମାନ ବନ୍ଦରରେ ‘ଏୟାର୍‌ ଇଣ୍ଡିଆ’ର ଜଣେ କ୍ୟାବିନ୍‌ କ୍ରୁ’ଙ୍କୁ ଗିରଫ କରାଯାଇଛି । ସୀମା ଶୁଳ୍କ ଅଧିକାରୀମାନଙ୍କଦ୍ବାରା ଗିରଫ ହୋଇଥିବା କ୍ୟାବିନ୍‌ କ୍ରୁ’ ହେଉଛନ୍ତି ଶାଫି। ତାଙ୍କ ନିକଟରୁ ୧,୪୮୭ ଗ୍ରାମ୍‌ ସୁନା ଜବତ କରାଯାଇଛି।

ବାହାରିନ୍‌-କୋଝିକୋଡ଼-କୋଚି ବିମାନର ଅନ୍ୟତମ କ୍ୟାବିନ୍‌ କ୍ରୁ’ ଶାଫି ସୁନା ଆଣୁଥିବା କଥା ‘କଷ୍ଟମ୍‌ସ୍‌ ପ୍ରିଭେଣ୍ଟିଭ୍‌ କମିସନ୍‌ରେଟ୍‌’ ସୂଚନା ପାଇଥଲେ। ଅଭିଯୁକ୍ତ ଶାଫି ସୁନାତକ ନିଜ ହାତରେ ଗୁଡ଼ାଇ ରଖିବା ପରେ ପିନ୍ଧିଥିବା ପୂରା-ସାର୍ଟର ହାତରେ ବୋତାମ ଦେଇ ଆବୃତ କରି ଗ୍ରିନ୍‌ ଚାନେଲ୍‌ ଅତିକ୍ରମ କରିଯାଇଥିଲେ। ଏବେ ତାଙ୍କୁ ଅଧିକ ପଚରା ଉଚରା କରାଯାଉଛି ।

You May Also Like

More From Author

+ There are no comments

Add yours