Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା କାଲି ହୋଲି ଅବସରରେ ସମସ୍ତେ ଖୁସି ମଜା ଆନନ୍ଦିତ ହୋଇଥିଲେ । ହେଲେ ସନ୍ଧ୍ୟା ସମୟରେ ପୁରୀରୁ ଏକ ଦୁଃଖଦ ଚିତ୍ର ଆସିଥିଲା।କାଲି ରାତି ୮ ଟାରୁ ଜଳୁଛି ପୁରୀ ମରିଚିକୋଟ ମାର୍କେଟ କଂପ୍ଲେକ୍ସ।ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ବରଂ ନିଆଁ ପ୍ରଥମ ମହଲାରୁ ଦ୍ୱିତୀୟ ମହଲାକୁ ବ୍ୟାପିବାରେ ଲାଗିଛି । ଦ୍ୱିତୀୟ ମହଲାରେ ଥିବା ବ୍ୟାଙ୍କ ସହ ଅନ୍ୟାନ୍ୟ ଦୋକାନକୁ ନିଆଁ ବ୍ୟାପିବାର ଲାଗିଛି। ନିଆଁ ସାଙ୍ଗକୁ ପ୍ରବଳ ଧୂଆଁ ଚାରିପାଖେ ଛାଇଯାଇଛି।ରାସ୍ତା ସଂକୀର୍ଣ୍ଣ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ଅସୁବିଧା ସୃଷ୍ଟି ହେଉଛି। ନିଆଁ ଲାଗିଥିବା ଦୋକାନର ସଟର ବନ୍ଦ ଥିବାରୁ ଲିଭାଇବାରେ ସମସ୍ୟା ହେଉଥିବା ଜଣାପଡ଼ିଛି। ରାତି ତମାମ ଅଗ୍ନିଶମ ବାହିନୀ କାର୍ଯ୍ୟରେ ଲାଗି ରହିଛନ୍ତି। ନିଆଁ ଲିଭାଇ ବେଳେ ୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତ ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ନିଆଁ ଲିଭିନଥିବା ଜଣାପଡ଼ିଛି।

ମାର୍କେଟ କଂପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକନରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ଏହା ବ୍ୟାପି ଯାଇଥିଲା। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ କିପରି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଲା ତାର କାରଣ ଗଣାପଡ଼ିନାହିଁ।

ଅନ୍ୟପକ୍ଷରେ ନିଆଁ ଲାଗିଥିବା ସମ୍ରାଟ୍ ହୋଟେଲରେ ୧୦୦ରୁ ଅଧିକ ପର୍ଯ୍ୟଟକ ଥିଲେ ମଧ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡରେ ପୁରୀ ମରିଚିକୋଟ ଛକ ସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଜଳି ପୋଡି ଛାରଖାର ହୋଇଯାଇଛି । ଏତେ ମାତ୍ରାରେ ଧୂଆଁ ବ୍ୟାପିଯାଇଛି ଯେ ଶ୍ରୀମନ୍ଦିର ମଧ୍ୟ ଦୂରରୁ ଦୃଶ୍ୟମାନ ହେଉନି ।

ପୁରୀ ଏସ୍‌ପି କହିଛନ୍ତି, ୨ରୁ ୩ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇ ପାରିବ ବୋଲି ଅଗ୍ନିଶମ କର୍ମଚାରୀମାନେ ସୂଚନା ଦେଇଛନ୍ତି। ମାର୍କେଟ କଂପ୍ଲେକ୍ସ ପାଖରେ ଥିବା ଘର ଗୁଡ଼ିକ ଖାଲି କରାଯାଇଛି। ବ୍ୟାରିକେଡ କରାଯାଇ ଘଟଣାସ୍ଥଳକୁ କାହାକୁ ଛଡ଼ା ଯାଉ ନାହିଁ।ତେବେ କ୍ଷୟ କ୍ଷତିର ପରିମାଣ କେତେ ହେବ ସମ୍ପୂର୍ଣ୍ଣ ନିଆଁ ଲିଭିବା ପରେ ଏହା ଜଣାପଡିବ।

By

Leave a Reply

Your email address will not be published. Required fields are marked *