୧୨ ଘଣ୍ଟା ହେବ ଆୟତ୍ତ ହେଉନି ଲକ୍ଷ୍ମୀ ମାର୍କେଟ ନିଆଁ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ବଡ଼ଦାଣ୍ଡରେ ଲାଗିଥିବା ନିଆଁ ଆୟତ ହୋଇନି । ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଏପର୍ଯ୍ୟନ୍ତ ନିଆଁକୁ ଆୟତ କରାଯାଇପାରିନାହିଁ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଜୋରଦାର ଉଦ୍ୟମ କରାଯାଉଛି ।

ଗତକାଲି ରାତି ତମାମ ଅଗ୍ନିଶମବାହିନୀ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ୧୨ ଘଣ୍ଟା ପରେ ବି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ । ଏବେ ପୁରା ପରିବେଶ ଧୂଆଁମୟ ହୋଇ ରହିଛି । ଅଚେତ ଅବସ୍ଥାରେ ଦୁଇ ଜଣଙ୍କ ସମେତ ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ପ୍ରଥମ ମହଲାର ଏକ ଦୋକାନରୁ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।

You May Also Like

More From Author

+ There are no comments

Add yours