ମନୀଷ ସିସୋଦିଆଙ୍କୁ ଗିରଫ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସପକ୍ଷରେ ବାହାରିଛନ୍ତି ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ। ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି।ଏଥିରେ ସେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ନିସର୍ତ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ଷ୍ଟାଲିନ୍‌ ତାଙ୍କ ପତ୍ରରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହିତ ଯାଞ୍ଚ ଏଜେନ୍ସୀମାନଙ୍କ ଦୂରୁପଯୋଗ ଭାରତରେ ଜୀବନ୍ତ ଗଣତନ୍ତ୍ରକୁ କେବେବି ମଜଭୁତ କରିପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ କରାଯାଇଛି। ଆପ ନେତାଙ୍କୁ ସିବିଆଇ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛି। ସେ ଏବେ ଦିଲ୍ଲୀ ତିହାର ଜେଲରେ ବନ୍ଦୀ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିସୋଦିଆଙ୍କୁ ମଙ୍ଗଳବାର ଜେଲରେ ପଚରା ଉଚରା କରିଥିଲା। ତେବେ କେନ୍ଦ୍ରରେ ଗତ ୯ ବର୍ଷ ହେଲା ଶାସନରେ ଥିବା ସରକାର ଏହି ସମୟରେ କେବଳ ବିରୋଧୀ ରାଜନୈତିକ ଦଳ ନେତାଙ୍କୁ ହଇରାଣ କରିବାକୁ କେନ୍ଦ୍ରୀୟ ଏଜେନ୍ସୀମାନଙ୍କୁ ଉପଯୋଗ କରୁଥିବା ଷ୍ଟାଲିନ ଅଭିଯୋଗ କରିଛନ୍ତି।

ଷ୍ଟାଲିନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ବିଭିନ୍ନ ବିଚାରଧାରା ଓ ରାଜନୈତିକ ଦଳ ଭାରତୀୟ ଗଣତନ୍ତ୍ରର ହୃଦୟ ବୋଲି ମୋ ମତ ସହ ଆପଣ ସହମତ ହେବେ ବୋଲି ମୁଁ ଆଶା କରୁଛି ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଜାଣି ନିରାଶ ହେଲି ମନିଷ ସିସୋଦିଆଙ୍କୁ ମିଥ୍ୟା ଅଭିଯୋଗରେ ଫଶାଇ ଗିରଫ କରାଯାଇଛି। ତାଙ୍କୁ ଲଗାତାର ଉତ୍ପିଡ଼ୀତ କରାଯାଉଥିବା ଷ୍ଟାଲିନ କହିଛନ୍ତି।ତେବେ ବର୍ତ୍ତମାନ ସୁଦ୍ଧା ମନୀଷ ସିସୋଦିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି।ଏହା ମଧ୍ୟରେ ଷ୍ଟାଲିଙ୍କ ଏପ୍ରକାର ଚିଠିର ଉଦ୍ଦେଶ୍ୟ କଣ ହୋଇପାରେ ତାହା ଏକ ପ୍ରଶ୍ନ ସୂଚକ।

You May Also Like

More From Author

+ There are no comments

Add yours