ପରଲୋକରେ ବଲିଉଡ ଅଭିନେତା ସତୀଶ କୌଶିକ,ଟୁଇଟ କଲେ ଅନୁପମ ଖେର

ଶବ୍ଦମିଡ଼ିଆ ବ୍ୟୁରୋ:ବଲିଉଡ ସିନେମା ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର। ପ୍ରଖ୍ୟାତ ଅଭିନେତା ସତୀଶ କୌଶିକଙ୍କ ପରଲୋକ ହୋଇଛି।ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି। ସତୀଶ କୌଶିକ ଅନୁପମ ଖେରଙ୍କ ଜଣେ ଘନିଷ୍ଠ ବନ୍ଧୁ, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଅନୁପମ ଏହି ବିଷୟରେ ସୂଚନା ଦେଇଛନ୍ତି।ସେ ସତୀଶ କୌଶିକ୍ ଙ୍କ ସହିତ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ମୁଁ ମୋର ଘନିଷ୍ଠ ବନ୍ଧୁଙ୍କ ବିଷୟରେ କଣ ଲେଖିବି,ଏହା ସ୍ୱପ୍ନରେ କେବେ ଭାବି ନଥିଲି,୪୫ ବର୍ଷର ବନ୍ଧୁତ୍ୱ ଏମିତି ଅଚାନକ ଶେଷ ହୋଇଯିବ, ମୁଁ ଜାଣେ “ମୃତ୍ୟୁ ହେଉଛି ଏହି ଦୁନିଆର ଚରମ ସତ୍ୟ!https://twitter.com/AnupamPKher/status/1633615264674889728?t=SxBWSLvbaQUT6t-JDLMtMA&s=19

You May Also Like

More From Author

+ There are no comments

Add yours