ବର୍ଡର ଗାଭାସ୍କର ଟ୍ରଫି:ଆଜି ଭାରତ-ଅଷ୍ଟ୍ରେଲିଆ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଟେଷ୍ଟ ମ୍ୟାଚ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠାରୁ ଆରମ୍ଭ ହେଉଛି ବର୍ଡର ଗାଭାସ୍କର ଟ୍ରଫି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଶେଷ ଟେଷ୍ଟ ମ୍ୟାଚ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଇନ୍ଦୋର ଟେଷ୍ଟରେ ବିଜୟ ହାସଲ କରିଥିବା ସ୍ମିଥଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଦଳର ମନୋବଳ ସୃଦୁଢ ରହିଛି । ଚତୁର୍ଥ ଟେଷ୍ଟ ଜିତି ସିରିଜ ବରାବର କରିବାକୁ ଲକ୍ଷ୍ୟ ରକିଛି କଙ୍ଗାରୁ ଦଳ । ଅନ୍ୟପଟେ ଟେଷ୍ଟ ସିରିଜରେ ଆଗୁଆ ଥିବା ଭାରତ ଅନ୍ତିମ ଟେଷ୍ଟ ମ୍ୟାଚ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ଇନ୍ଦୋର ଟେଷ୍ଟ ଭାରତର ପରାଜୟ ପରେ ଏକ ସନ୍ତୁଳିତ ସ୍କ୍ବାର୍ଡ ସହ ଭାରତ ମଇଦାନକୁ ଓହ୍ଲାଇବ । ପୂର୍ବ ତ୍ରୁଟିକୁ ସୁଧାରି ଚତୁର୍ଥ ଟେଷ୍ଟରେ ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଦଳରେ ଆଜି କିଛି ପରିବର୍ତ୍ତନ ଆଶା କରାଯାଉଛି । ୱିକେଟ କିପର ଶ୍ରୀକର ଭରତଙ୍କ ସ୍ଥାନରେ ଇଶାନ କିଷନଙ୍କୁ ଦଳରେ ସ୍ଥାନ ମିଳିପାରେ । ପ୍ରଥମ ତିନି ଟେଷ୍ଟରେ ୱିକେଟକିପର ଭୂମିକା ତୁଲାଇଥିଲେ ଶ୍ରୀକର ଭାରତ । ବ୍ୟାଟିଂରେ ତାଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା । ତାଙ୍କ ସ୍ଥାନରେ ଇଷାନ କିଷନଙ୍କୁ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ରହିଛି ।ପ୍ରଥମ ଦିନ ମ୍ୟାଚ ଦେଖିବେ ଦୁଇଦେଶ ପ୍ରଧାନମନ୍ତ୍ରୀ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବା ଥିବା ଭାରତ ଅଷ୍ଟ୍ରେଲିଆ ଅନ୍ତିମ ମ୍ୟାଚ ଦେଖିବେ ଦୁଇଦେଶର ପ୍ରତିପକ୍ଷ । ପ୍ରଥମ ଦିନ କିଛି ସମୟ ମ୍ୟାଚ ଦେଖିବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ । ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବେନସ ବର୍ଡର ଗାଭାସ୍କର ଟ୍ରଫି ଶେଷ ମ୍ୟାଚ ଦେଖିବେ । ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ଦୁଇ ଦେଶ ପ୍ରତିପକ୍ଷ ମ୍ୟାଚ ଦେଖିବା ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।ଭାରତୀୟ ଦଳ ଏହି ଟେଷ୍ଟ ମ୍ୟାଚରେ 2-1ରେ ଆଗୁଆ ରହିଛି । କାନପୁର ଓ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତିଥିବା ଭାରତ । ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ କଙ୍ଗାରୁ ଦଳଠୁ 9ୱିକେଟରେ ପରାସ୍ତ ହୋଇଥିଲା । ଶେଷ ମୁକାବିଲା ଭାରତ ପାଇଁ ନିର୍ଣ୍ଣାୟକ ହେବ । ଦୁଇଦଳ ମଧ୍ୟରେ ଜୋରଦାର ଲଢେଇ ହେବା ଅନୁମାନ କରାଯାଉଛି । ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଚତୁର୍ଥ ଟେଷ୍ଟ ଜିତିବାକୁ ହେବ । ଏହି ଟେଷ୍ଟ ଜିତିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ।

You May Also Like

More From Author

+ There are no comments

Add yours