ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ,୨ ଜଣ ଗିରଫ

ଶବ୍ଦମିଡ଼ିଆ ବ୍ୟୁରୋ:ଯାଜପୁର ଜିଲ୍ଲା ବଡ଼ଚଣା ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି,ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ଓ ବଡ଼ଚଣା ପୋଲିସ ଦ୍ୱାରା ଗଞ୍ଜେଇ ଜବତ ହୋଇଛି।ଏଥିରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।ବଡ଼ଚଣା ଥାନା କୋଲ ସାହି କାଜୁ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ ହୋଇଛି।ତେବେ ଜବତ ଗଞ୍ଜେଇର ପରିମାଣ ୮୪ କେଜି ହେବ ବୋଲି ଯାଜପୁର ରୋଡ଼ ଏସଡିପିଓ ସଂଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।ବର୍ତ୍ତମାନ ସମୟରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏହିଭଳି ନିଶାଦ୍ରବ୍ୟ ଗଞ୍ଜେଇ ଚୋରା ଚାଲାଣ ହେବା ଦେଖାଯାଉଛି।

You May Also Like

More From Author

+ There are no comments

Add yours