ହୋଲି ପାଇଁ କମିଶନରେଟ ପୋଲିସର ସତର୍କତା ଜାରି

ଶବ୍ଦମିଡ଼ିଆ ବ୍ୟୁରୋ:ହୋଲି ଭାରତ ବର୍ଷର ଏକ ବଡ ପର୍ବ।ପିଲାଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଅତି ଆନନ୍ଦ ଉଲ୍ଲାସର ସହିତ ଏହାକୁ ପାଳନ କରିଥାନ୍ତି।ଦୁଇ ବର୍ଷ ହେବ କରୋନା କଟକଣା ଥିବାରୁ ରାଜ୍ୟରେ ହୋଲି ପର୍ବ ପାଳନରେ କଟକଣା ରହିଥିଲା।ଏବର୍ଷ କଟକଣା ମୁକ୍ତ ହୋଲି ପାଳନ ହେବ ରାଜ୍ୟ ସରକାର କହିଛନ୍ତି।ହେଲେ ପ୍ରତି ବର୍ଷ ହୋଲିରେ କୌଣସି ନାଁ କୌଣସି ସ୍ଥାନରୁ ବିଶୃଙ୍ଖଳିତ ହେବାରୁ ଦୁର୍ଘଟଣା ଚିତ୍ର ଆସିଥାଏ।ଏସବୁ ଆଖିଆଗରେ ରଖି କମିଶନରେଟ ପୋଲିସ ସତର୍କତା ଜାରି କରିଛି।ହୋଲିରେ ଅଘଟଣ ନ ଘଟିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ପେଶାଲ ସ୍କ୍ବାଡ୍‌ ଓ ଟିମ୍‌ -୬୦ ସତର୍କ ରହିବା ସହ ରାଜଧାନୀର ୩୧ଟି ସ୍ଥାନରେ ପିକେଟିଂ କରିବ। ହୋଲିରେ ନିଶାସକ୍ତ ଲୋକଙ୍କୁ ଏହି ଟିମ୍‌ ସାବାଡ କରିବା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।ଏହା ସହ ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ହୋଲିରେ ହେଉଥିବା ବିଭିନ୍ନ ଦୁର୍ଘଟଣାକୁ ରୋକିବା ଲାଗି ବିଭିନ୍ନ ନଦୀପଠାରେ ପୋଲିସ୍‌ , ଓଡ୍ରାଫ୍‌ ଓ ଅଗ୍ନିଶମବାହିନୀ ନିୟୋଜିତ ହେବେ। ଏଥି ସହ ୪ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ। ଗତ ବର୍ଷଗୁଡ଼ିକରେ ଭୁବନେଶ୍ୱରରେ ହୋଲିରେ ଘଟିଯାଇଥିବା ବିଭିନ୍ନ ଅଘଟଣକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଚଳିତ ବର୍ଷ ଏଭଳି ପଦକ୍ଷେପ ନିଆଯାଇଛି।

You May Also Like

More From Author

+ There are no comments

Add yours