ଯାତ୍ରା ମଞ୍ଚରେ ପରିବେଷଣ ହେବନି ଅଶ୍ଲୀଳ ଡ୍ୟାନ୍ସ, ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଶବ୍ଦ ଓଡ଼ିଶା ବ୍ୟୁରୋ: ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ ।
ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖାଯାଇଛି । ଏହି ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ଯେ,
– ଯାତ୍ରା ଓ ମେଲୋଡି ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ
– ଏବେ ଅଶ୍ଳୀଳ ନୃତ୍ୟ, ଦ୍ୱିଅର୍ଥବୋଧକ ସଂଳାପ ଓ ଅଭିନୟ ପ୍ରଦର୍ଶନ କରାଯାଉଛି
– ଏହା ଦ୍ୱାରା ପରିବାର ସହ ନାଟକ ଦେଖିବା ସମ୍ଭବ ହେଉନାହିଁ
– ଏହା ପ୍ରଭାବରେ ଯୁବକ, ଯୁବତୀ ବିପଥଗାମୀ ହେଉଛନ୍ତି
– ବିଭିନ୍ନ ପ୍ରକାର ଅପରାଧରେ ମଧ୍ୟ ସ୍ପୃକ୍ତ ହେଉଛନ୍ତି
– ଓଡ଼ିଶାର ଗୌରବମୟ ଓ ସମ୍ଭ୍ରାନ୍ତ ସଂସ୍କୃତିକୁ କଦର୍ଯ୍ୟ ରୂପରେ ପରିପ୍ରକାଶ କରୁଛି
– ଜିଲ୍ଲାରେ ଯାତ୍ରା ଓ ମେଲୋଡି ପରିବେଷଣ ଅନୁମତି ବେଳେ ସର୍ତ୍ତ ସଂପର୍କରେ ଲେଖାଯିବ
– ବ୍ୟତିକ୍ରମ ହେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

You May Also Like

More From Author

+ There are no comments

Add yours