କନ୍ଦଳ ଭିତରେ ଝୁଲିରହିଲା ବିରୋଧୀଙ୍କ ଏକତାର ଉଦ୍ୟମ । ଏକାଠି ହୋଇପାରୁନାହାନ୍ତି ସମସ୍ତ ଦଳ ।

ଶବ୍ଦ ଓଡିଶା ବ୍ୟୁରୋ: ମମତା ବନାର୍ଜୀଙ୍କ ଏକଲା ଚଲୋ ଜିଦ ଯୋଗୁ ବିରୋଧୀଙ୍କ ଏକତା ପ୍ରଥମ ମହଲାରୁ ହିଁ ଏପଟ ସେପଟ ହୋଇସାରିଛି । ମିଶନ-୨୦୨୪ ପ୍ରତି ନୀତିଶ କୁମାର ଗମ୍ଭୀରତା ଦେଖାଉଥିଲେ ବି ଅରବିନ୍ଦ କେଜ୍ରିୱାଲ , କେସିଆର, ମମତା ବାନାର୍ଜୀଙ୍କ ସାଥ ଦେଖାଯାଉନାହିଁ । ତ୍ରିପୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ବାମ ଦଳର ମିତ୍ରତାରୁ ଅପେକ୍ଷା କରାଯାଉଥିଲା ଯେ ଏକତାର ପ୍ରୟାସକୁ ଏକ ନୂଆ ରାସ୍ତା ମିଳିବ । ତେବେ ବିଫଳତା ଏ ସବୁ ଉପରେ ପାଣି ଢାଳିଦେଇଛି । ପରାଜୟ ପାଇଁ ସମସ୍ତେ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି ।

ପୂର୍ବତ୍ତୋରରେ ନିର୍ବାଚନର ଫଳାଫଳର ହତାଶା ବିରୋଧୀଙ୍କ ଏକତା ନେଇ ଥିବା ପ୍ରତିବଦ୍ଧତାକୁ ପଦାରେ ପକାଇଦେଇଛି । କଂଗ୍ରେସ, ବାମଦଳ ଏବଂ ତୃଣମୂଳ କଂଗ୍ରେସକୁ ଅପେକ୍ଷାକୃତ ସଫଳତା ମିଳିପାରିନଥିଲା । ସେପଟେ ପଶ୍ଚିମବଙ୍ଗରେ ସାଗରଦିଘା ଉପନିର୍ବାଚନରେ କଂଗ୍ରେସର ବିଜୟକୁ ମମତା ଦିଦି ସହଜରେ ଗ୍ରହଣ କରିପାରୁନାହାନ୍ତି । ଦଳ ଏହା ମଧ୍ୟ ଅଭିଯୋଗ କରିଛି ଯେ ବାମଦଳ-କଂଗ୍ରେସ, ବିଜେପି ସହ ଅପବିତ୍ର ମେଣ୍ଟରେ ରହିଛି । ତେବେ ଏହା ନୁହେଁ ଯେ ମମତାଙ୍କ ଏହି ବୟାନ ବିରୋଧୀଙ୍କ ଏକତାର ପ୍ରୟାସକୁ ଝଟକା ଦେଇଛି ବରଂ ପୁଣିଥରେ ମେଣ୍ଟକୁ ନେଇ ପ୍ରଶ୍ନସୃଷ୍ଟି କରିଦେଇଛି । ସେପଟେ ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀର ସମର୍ଥନ ଏବଂ ବିରୋଧ ମଧ୍ୟରେ ବିରୋଧୀ ଦଳ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛନ୍ତି । ଆରଜେଡି, ଶିବସେନା, ଜେଡିୟୁ, ସପା ସିସୋଦିଆଙ୍କୁ ସହାନୁଭୂତି ଜଣାଇଥିବା ବେଲେ କଂଗ୍ରେସର ସମର୍ଥନ ମିଳିପାରୁନାହିଁ ।

You May Also Like

More From Author

+ There are no comments

Add yours