Thu. Oct 15th, 2026

ଶବ୍ଦ ଓଡ଼ିଶା ବ୍ୟୁରୋ: ନୟାଗଡ ଜିଲ୍ଲା ନୂଆଗାଁ ବରଡାଖେମଣ ଜଙ୍ଗଲ ରାସ୍ତାରେ ଗତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ନୟାଗଡ଼ ଜିଲ୍ଳା ଜଗରନ୍ନାଥପ୍ରସାଦ ତିଅର ସାହିର ବୁଲୁ ମହାପାତ୍ର ଓ ଗୁରୁତର ଜଣକ ହେଲେ ପ୍ରଫୁଲ୍ଲ ନାୟକ ।
ଗତକାଲି ବିଳମ୍ବିତ ରାତିରେ ବୁଲୁ ମହାପାତ୍ର ଓ ପ୍ରଫୁଲ୍ଲ ନାୟକ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ଦ୍ରୁତଗତିରେ ଆସୁଥିବା ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ବୁଲୁ ମହାପାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଫୁଲ୍ଲ ନାୟକଙ୍କ ଅବସ୍ଥା ଗୁରୁତର ହୋଇଛି ।

Leave a Reply

Your email address will not be published. Required fields are marked *