ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା: ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଶବ୍ଦ ଓଡ଼ିଶା ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ପ୍ରୀତିମାନ ଓ ମାନସଙ୍କ ମିଛ ଧରା ପରୀକ୍ଷା ରିପୋର୍ଟ ବୁର୍ଲା ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଏକ ବନ୍ଦ ଲଫାପାରେ ଏହି ରିପୋର୍ଟକୁ ପୋଲିସକୁ ହସ୍ତାନ୍ତର କରିଛି ଏସଏଫଏସ୍ଏଲ । ଚିନ୍ମୟୀଙ୍କ ମୃତ୍ୟୁ ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟାଇ ପାରିନାହିଁ ପୋଲିସ ।

ଏହି ଘଟଣାରେ ପ୍ରୀତିମାନ ଓ ମାନସଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିବା ସୂଚନା ମିଳିଛି । ଆଇଜିଙ୍କ ଉପସ୍ଥିତିରେ ରାତି ଅଧରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଥିବା ଜଣାଡ଼ିଛି । କେମିତି ଓ କ’ଣ ଘଟିଥିଲା ସେ ବିଷୟରେ ସେଠାରେ ପୋଲିସକୁ ଡେମୋ ଦେଖାଇଥିଲେ । ସେହିପରି ଏସଡିପିଓଙ୍କ ଅଫିସରେ ପ୍ରୀତିମାନ ଓ ମାନସଙ୍କୁ ମାରାଥନ ଜେରା କରାଯାଇଥିବା ଜଣାପଡ଼ିଛି । ଏବେ ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି ।

You May Also Like

More From Author

+ There are no comments

Add yours