ପ୍ରବାଦ ପୁରୁଷ ବିଜୁବାବୁ ଙ୍କ 107 ତମ ଜୟନ୍ତୀ ପାଳନ, ଅସନ୍ତୋଷ ବ୍ୟକ୍ତ କଲେ ମହିଳା

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜୁ ଜନତା ଦଳ ସଭାପତି ଗୌରହରି ନାୟକ ଙ୍କ ନେତୃତ୍ୱ ରେ ଚନ୍ଦାହାଣ୍ଡି ନୂତନ ବସଷ୍ଟାଣ୍ଡ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କର 107 ତମ ଜୟନ୍ତୀ ଏବଂ ଲୋକ ସଭା ଦିବସ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗଦାନ ଦେଇ ଥିବା ବେଲେ ସମ୍ମାନୀତ ଅତିଥି ଭାବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଜିଲ୍ଲା ପରିଷଦ ଜୋନ 1 ସଭ୍ୟା ବର୍ଷା ରାଣୀ ପଟେଲ ଜୋନ 2 କେତକୀମଲ୍ଲୀ ଗୌଡ଼, ବରିଷ୍ଠ ବି ଜେ ଡ଼ି ନେତା କିଶୋର ଖମାରୀ, ପୁରୁଷୋତ୍ତମ ପାରି ମଧୁସୂଦନ ନାଗେଶ, ପ୍ରମୁଖ ମଞ୍ଚାସିନ ରହିଥିଲେ l କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବି ଜେ ଡ଼ି କର୍ମୀ କାର୍ଯ୍ୟକର୍ତ୍ତା ଏବଂ ମହିଲା ସ୍ୱୟଂ ସହାୟିକା ବି ଏଲ ଏଫ ସଭାନେତ୍ରୀ ମାନେ ହାତରେ ଦଳିୟ ପତକା ଧରି l ଚନ୍ଦାହାଣ୍ଡି ବସଷ୍ଟାଣ୍ଡ ରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଚନ୍ଦାହାଣ୍ଡି ଥାନା ପର୍ଯ୍ୟନ୍ତ ଆସି ବାଜାବାଜଣ ସହ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଂକୁ ପାଛୋଟି ଆଣିଥିଲେ l ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ l ବ୍ଲକ ବି ଜେ ଡ଼ି ସଭାପତି ଗୌରହରି ନାୟକ ଙ୍କ ସଭାପତିତ୍ତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ତ୍ୟାଗ, ଓଡିଶା ପ୍ରତି ଅବଦାନ ଏବଂ ମହିଳା ମାନଙ୍କ ଙ୍କ ବିକାଶ ପାଇଁ ତାଙ୍କର ଅବଦାନ ବାବଦ ଆଲୋକପାତ କରିବା ସହ ରାଜ୍ୟ ବି ଜେ ଡ଼ି ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକ ପ୍ରିୟତା ଏବଂ ରାଜ୍ୟବାସୀ ଙ୍କ ହିତ ପାଇଁ ବିଭିନ୍ନ ଲୋକଆଭିମୁଖୀ ଯୋଜନା ସମ୍ପର୍କ ରେ ଆଲୋକପାତ କରାଯାଇଥିଲା l ଚନ୍ଦାହାଣ୍ଡି ବ୍ଲକ ରେ ସାଂସଦ ରମେଶ ଚନ୍ଦ୍ର ମାଝି ଏବଂ ତାଙ୍କ ସାନଭାଇ ତଥା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ,ଅଞ୍ଚଳ ର ବିକାଶ ଦିଗରେ ସବୁବେଳେ ପ୍ରୟାସ ଜାରି ରଖି ଆଶୁଥିବା ରୁ ଆସନ୍ତା 2024 ନିର୍ବାଚନ ରେ ପୁଣି ଥରେ ଜିତାଇବା କୁ ଉପସ୍ଥିତ ଜନସାଧାରଣ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଲା ମାନଂକୁ ନିବେଦନ କରିଥିଲେ l

ସ୍ୱୟଂ ସହାୟିକା ଏବଂ ବି ଏଲ ଏଫ ସଭାନେତ୍ରୀ ମାନଂକୁ l ବିଜୁ ବାବୁ ଙ୍କ 107 ତମ ଜୟନ୍ତୀ ଏବଂ ଲୋକସେବା ଦିବସ ପାଳନ ଶାକାଶେ l ମିଶନ ଶକ୍ତି ତରଫରୁ ଡ଼କା ଯାଇ ହାତରେ ବି ଜେ ଡ଼ି ଦଳୀୟ ପତକା ଧରାଇ ଦଳିୟ ଶୋଭାଯାତ୍ରା କରାଇ ଥିବାରୁ , ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ୍ଟ ଦେଖାଦେଇଥିଲା । ବିଜେପି ଦଳ ତରଫରୁ ଏହାକୁ ବରିଷ୍ଠ ନେତା ତଥା ରାୟଗଡା ବି ଜେ ପି ପ୍ରଭାରୀ ଗୋବିନ୍ଦ କୁମାର ଜୈନ ନିନ୍ଦା କରିବା ସହ ମିଶନ ଶକ୍ତି ରେ ମହଳାଙ୍କ ସଶକ୍ତି କରଣ ପାଇଁ କେନ୍ଦ୍ର ସରକାର ରଣ ପ୍ରଦାନ କରିବା ସହ ରଣ ଛାଡ଼ ଟଙ୍କା ବହନ କରୁଥିବା ବେଳେ ,ରାଜ୍ୟ ବି ଜେ ଡ଼ି ସରକାର ଦଳୀୟ ପ୍ରଚାର ରେ ଲଗାଉଥିବା ପରିତାପର ବିଷୟ ବୋଲି ସେ ପ୍ରକାଶ କରିଥିଲେ । ଏଥିପାଇଁ ସେମାନେ ବି ଡ଼ି ଓ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି l ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ପଂଚାୟତ ବି ଏଲ ଏଫ ସଭାନେତ୍ରୀ ତଥା ବ୍ଲକ ବି ଏଲ ସମ୍ପାଦିକା ଗୌରୀ ବେହେରା ଙ୍କୁ ପଚାରିବାରୁ ରାଲି ସମାପ୍ତ ପରେ ଆମେ ଚାଲି ଯିବୁ ବୋଲି ସେ ପ୍ରକାଶ କରିଥିଲେ l ଗୋଟିଏ ପଟେ ପଞ୍ଚାୟତ ବି ଏଲ ଏଫ ସଭାନେତ୍ରୀ ମାନେ l ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ତାଲିମ ପ୍ରଦାନ କରି ରଣ ଯୋଗାଉ ଥିବା କହି ପ୍ରତି ଗ୍ରାମ ରେ ମହିଲା ଙ୍କୁ ସଚେତନ କରିବା କହି ଡିଣ୍ଡିମ ପିଟୁଥିବା ବେଳେ l ଗୋଟିଏ ପଟେ ଦଳିୟ ପତକା ଧରି ରାଜନୌତିକ ଶୋଭାଯାତ୍ରା ରେ ସାମିଲ ହେବା କେତେ ଧୂର ଯୁକ୍ତି ଯୁକ୍ତ ବୋଲି ଏଠାରେ ଚର୍ଚା ଜୋର ଧରିବା ସହ l ଜିଲ୍ଲା ମିଶନ ଶକ୍ତି ର ଦୃଷ୍ଟି ଆକର୍ଷଣ କରାଯାଇଛି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours