Thu. Oct 15th, 2026

ଶବ୍ଦମିଡିଆ ବ୍ୟୁରୋ:ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ,ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପ୍ରକାଶ ଭୋଇ ,ବୟସ -୩୪ ବର୍ଷଙ୍କୁ ପିପିଲି ଥାନା ଅଧୀନ କଣ୍ଟି ଗ୍ରାମପଞ୍ଚାୟତ ସ୍କୁଲ ନିକଟରୁ ଗିରଫ କରି ତାଙ୍କ ନିକଟରୁ ୮୫ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରି ପିପିଲି ଅବକାରୀ ଥାନା କେସ ନଂ -୧୧୦/୨୨-୨୩ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି।ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ଆଠ ଲକ୍ଷ ପଚାଶ ହଜ଼ାର ଟଙ୍କାରୁ ଉର୍ଦ୍ଧ ହେବ।ଏହି ଚଢ଼ାଉରେ ଅବକାରୀ କର୍ମଚାରୀ- ସ୍ଵାଗତିକା ଘଡେଇ,ଜଗନାଥ ଦାସ,ବିଶ୍ୱଜିତ ମହାପାତ୍ର, ମାନସ ନାଏକ, ଦୀନବନ୍ଧୁ ବାରିକ, ତପନ ପ୍ରଧାନ,ଆଶିଷ କୁମାର ପ୍ରଧାନ, ପ୍ରମୁଖ ସାମିଲ ଥିଲେ.ଏଠାରେ ଉଲ୍ଲେଖନୀୟ କଥା ଯେ ଉକ୍ତ ଆସାମୀର ଘର କଟକ ଜିଲ୍ଲା ନିଆଳୀ ଅଧିନସ୍ଥ।ଏହି ଆସାମୀ ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି କଣ୍ଟି ଗ୍ରାମପଞ୍ଚାୟତ ସ୍କୁଲ ନିକଟରେ ଜଣେ ଗ୍ରlହକକୁ ବିକ୍ରିକରିବା ପାଇଁ ଛିଡା ହେଇଥିବା ଖବର ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିକଟରେ ପହଞ୍ଚିବାକ୍ଷଣି ପିପିଲି ଅବକାରୀ ଥାନା ଅଧିକାରୀ ଶ୍ରୀ ରଙ୍କନିଧି ମିଲ୍ଲିକଙ୍କୁ ଏକ ଟିମ ପ୍ରସ୍ତୁତ କରି ଚଢ଼ାଉ ପାଇଁ ନିର୍ଦେଶ ଦେଇଥିଲେ ଏବଂ ଚଢ଼ାଉକାରି ଉକ୍ତ ଆସାମୀକୁ ବ୍ରାଉନସୁଗାର ସହ ଗିରଫ କରାଯାଇଛି।

By

Leave a Reply

Your email address will not be published. Required fields are marked *