Thu. Oct 15th, 2026

ଶବ୍ଦମିଡିଆ ବ୍ୟୁରୋ:ପୁରୀ ତାଳବଣିଆ ସ୍ଥିତ ହେଲିପ୍ୟାଡ ନିକଟ ଛକଠାରେ ଆଜି ପୂର୍ବାହ୍ନରେ ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜିର ଦିବସ ଏକ ମହାନ ଦିବସ ଯେଉଁ ଦିବସରେ ପରମପୂଜ୍ୟ ରାମାନୁଜାଚାର୍ଯ୍ୟ ଙ୍କ ପ୍ରତିମୂର୍ତ୍ତି ଜଗନ୍ନାଥ ଧାମରେ ପ୍ରତିଷ୍ଠା ହୋଇଛି ବୋଲି କହିଥିଲେ। ପ୍ରେମ, ଭାଇଚାରା,ସମଦୃଷ୍ଟି ଓ ପାରସ୍ପରିକ ସଦଭାବନା ଆମ ସଂସ୍କୃତି ର ମୂଳମନ୍ତ୍ର,ଯାହା ବହୁ ପୂର୍ବରୁ ପରମପୂଜ୍ୟ ରାମାନୁଜାଚାର୍ଯ୍ୟ ନିଜ ଜୀବନ ଓ କାର୍ଯ୍ୟ ରେ ପ୍ରତିପାଦିତ କରିଛନ୍ତି। ସମଗ୍ର ବିଶ୍ୱ ଯେତେବେଳେ ଅସ୍ଥିରତା ଓ ଶଙ୍କାଗ୍ରସ୍ତ ଭାବେ ରହିଛି,ଅନେକ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର କୁ ଯୁଦ୍ଧାସ୍ତ୍ର, ମାରଣାସ୍ତ୍ର ପ୍ରଦାନ କରୁଛନ୍ତି ସେତେବେଳେ ବିଶ୍ୱଭାତୃତ୍ୱ କୁ ଜାଗ୍ରତ କରୁଥିବା ଭାରତ କ୍ଷତିଗ୍ରସ୍ତ ରାଷ୍ଟ୍ର କୁ ଔଷଧ, ଖାଦ୍ୟ ପାନୀୟ ଓ ସହାୟତା ଯୋଗାଣ କରି ଶାନ୍ତି ଓ ପ୍ରେମର ବାର୍ତ୍ତା ଦେଉଛି ବୋଲି କହିଥିଲେ।ଶ୍ରୀ ଶ୍ରୀ ୟଦୁଗିରି ୟାଥିରାଜ ନାରାୟଣ ରାମାନୁଜ ଜୀୟର ସ୍ୱାମୀ ଏଥିରେ ଯୋଗ ଦେଇ ଜଗନ୍ନାଥ ଧାମକୁ ରାମାନୁଜାଚାର୍ଯ୍ୟ ପ୍ରାୟ ୯୬୦ ବର୍ଷ ପୂର୍ବରୁ ଆସି ଦର୍ଶନ କରିଥିଲେ ଏବଂ ଆଜି ତାଙ୍କର ପ୍ରତମୂର୍ତ୍ତି ପୁରୀ ମାଟିରେ ପ୍ରତିଷ୍ଠା ଏକ ଗୌରବ ର କଥା ବୋଲି କହିଥିଲେ।ରାମାନୁଜାଚାର୍ଯ୍ୟ ଥିଲେ ଜ୍ଞାନ ଓ ଭକ୍ତି ର ପ୍ରତୀକ।ଚାରି ଧାମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ଗୁଜରାଟ ଗାନ୍ଧି ନଗରରେ ମଧ୍ୟ ପ୍ରତମୂର୍ତ୍ତି ସ୍ଥାପନ ବଡ ଖୁସି ର କଥା।ପୁରୀ ରେ ଏକ ଗୋଶାଳା ନିର୍ମାଣ ର ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେବାସହ ଏହି ଛକ ବା ରାସ୍ତାକୁ ରାମାନୁଜାଚାର୍ଯ୍ୟ ଙ୍କ ନାମରେ ନାମିତ ପାଇଁ ପରାମର୍ଶ ଦେଇଥିଲେ। ପରମପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ଜୀ ପ୍ରତିମୂର୍ତ୍ତି ଉନ୍ମୋଚନ କରି କେବଳ ଜ୍ଞାନ ଓ ଭକ୍ତିର ବିକାଶ ନୁହେଁ ଦେଶର ସଂହତି ଓ ଏକତା,ଶାନ୍ତି ଓ ମୈତ୍ରୀ ପାଇଁ ରାମାନୁଜାଚାର୍ଯ୍ୟ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ଆମେ ସମସ୍ତେ ଦେଶରେ ମାନବିକତାର ମୂଲ୍ୟବୋଧକୁ ଉଜ୍ଜୀବିତ କରିବାକୁ ସେ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ରାମାନୁଜାଚାର୍ଯ୍ୟ ଙ୍କ ପ୍ରତମୂର୍ତ୍ତି ଉନ୍ମୋଚନ,ତାହାର ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।ଦ୍ୱାରକାନାଥ ଶେଷାଦ୍ରୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଆକାଉଣ୍ଟ ଜେନେରାଲ ନବୀନ କୁମାର, ଡା. ୟୁ ଭିସି ଭେଙ୍କେଟେକ୍ରିଷ୍ଣା,ପ୍ରିୟବ୍ରତ କର ପ୍ରମୁଖ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସିଟି ଡିଏସପି କେ କେ ହରିପ୍ରସାଦ, ସମୁଦ୍ର କୂଳ ଆଇଆଇସି ଚିନ୍ମୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

By

Leave a Reply

Your email address will not be published. Required fields are marked *