ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ସମସ୍ୟା ପ୍ରସଙ୍ଗରେ ଆସନ୍ତା ୯ ତାରିଖରେ ଲୋକସେବା ଭବନରେ ବସିବ ବୈଠକ

ଶବ୍ଦମିଡ଼ିଆ ବ୍ୟୁରୋ:ଦୀର୍ଘ ଦିନ ଧରି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମସ୍ୟା ଲାଗିରଚିଛି।ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି କାନ୍ତି ଉତ୍ସଵ ବ୍ୟାସବ ଏସମସ୍ତ କାର୍ଯ୍ୟ ବନ୍ଦ ହୋଇ ପଡିରହିଛି।ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କ ତତ୍ୱବଧାନରେ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ସେଥିପାଇଁ ଏହି ପ୍ରସଙ୍ଗରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ତଥା ସେବାୟତଙ୍କ ସମସ୍ୟାକୁ ସମାଧାନ କରିବା ସରକାର ଏଥିପାଇଁ ପଦକ୍ଷେପ ନେଇଛନ୍ତି।ଆସନ୍ତା ୯ ତାରିଖରେ ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ବୈଠକ ବସିବ । ଏଥିରେ ଯୋଗଦେବା ଲାଗି ଶ୍ରୀଲିଙ୍ଗରାଜଙ୍କ ପ୍ରମୁଖ ସେବାୟତ ନିଯୋଗର ପ୍ରତିନିଧିଙ୍କୁ ସରକାର ଆମନ୍ତ୍ରଣ କରିଛନ୍ତି । ଏହି ବୈଠକରେ ବଡ଼ୁ, ବ୍ରାହ୍ଣଣ, ପୂଜାପଣ୍ଡା ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ ଉପସ୍ଥିତ ରହିବାକୁ ଚିଠି କରିଛନ୍ତି ।ଏହି ଉଚ୍ଚସ୍ତରୀୟ ବୈଠକରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଟ୍ରଷ୍ଟ ବୋର୍ଡ ନିର୍ବାହୀ ଅଧିକାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଡକାଯାଇଛି । ସେବାୟତଙ୍କ ଜମିଜମା ସମ୍ପର୍କିତ ସମସ୍ୟା, ସ୍ଥାୟୀ ଟ୍ରଷ୍ଟ ବୋର୍ଡ ଗଠନ, ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହେବ । ଲୋକସେବା ଭବନ ଦ୍ୱିତୀୟ ମହଲାରେ ଥିବା ସଭା କକ୍ଷରେ ୯ ତାରିଖ ଅପରାହ୍ଣ ୩ଟା ୧୫ରେ ବୈଠକ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି ।ଏହି ବୈଠକରେ ମନ୍ଦିର ସମସ୍ୟା ପ୍ରସଙ୍ଗ ସମାଧନ କରିବା ପାଇଁ ନିଶ୍ଚୟ ଚେଷ୍ଟା କରାଯିବ।

You May Also Like

More From Author

+ There are no comments

Add yours