ବିଜୁଙ୍କ ଜନ୍ମ ଜୟନ୍ତୀରେ ‘ବିଜୁ ଏକ୍ସପ୍ରେସ ୱେ’ ଉଦଘାଟିତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ସାରା ଓଡିଶା ପାଳନ କରୁଛି।ଏହି ଅବସରରେ ବିଜୁ ଜନତା ଦଳ ଦଳୀୟ ବ୍ୟବସ୍ଥା ଭିତ୍ତିରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି।ଏହି ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ବିଜୁଙ୍କ ନାମରେ ବରଗଡ଼ ଜିଲ୍ଲା ଗସ୍ତ କରି ବିଜୁ ଏକ୍ସପ୍ରେସ ୱେ ଉଦଘାଟନ କରିଛନ୍ତି।ବିଜୁ ବାବୁ ରାଉରକେଲା- ସମ୍ବଲପୁର ଏଲ ଏଣ୍ଡ ଟି ଏକ୍ସପ୍ରେସ ରାସ୍ତା କରିଥିବାରୁ ସେଠାରେ ଶିଳ୍ପର ବିକାଶର ମୂଳଦୁଆ ପଡିଥିଲା । ଆଜି ବିଜୁ ଏକ୍ସପ୍ରେସ ରାସ୍ତା ଉଦ୍ଘାଟନ ପରେ ଏହି ଅଞ୍ଚଳରେ ବିକାଶର ଜୟ ଯାତ୍ରା ଆରମ୍ଭ ହେବ ଓ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଗଢି ଉଠିବ ବୋଲି ଆଜି ବରଗଡ ଜିଲ୍ଲା ସୋହେଲା ବ୍ଲକ୍ ଅନ୍ତର୍ଗତ ହଳଦୀପାଲି ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଆଜି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ବିଜୁ ଏକ୍ସପ୍ରେସ ରାସ୍ତାକୁ ଲୋକାର୍ପଣ ଅବସରରେ ସେ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇ ନିଜର ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ ଓଡ଼ିଶାରେ ବିଜୁ ବାବୁ ଦେଖିଥିବା ସ୍ଵପ୍ନ ଆଜି ସଫଳ ହେବାରେ ଲାଗିଛି। ତାଙ୍କ ପରି କଳ୍ପନାର ଏହି ବିଜୁ ଏକ୍ସପ୍ରେସ ରାସ୍ତା ଜରିଆରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଯୋଡ଼ି ହୋଇ ନୂତନ ବିକାଶର କରିଡ଼ର ହୋଇ ପାରିବ । ଏହି ଆଞ୍ଚରେ ଶିଳ୍ପ ର ବିକାଶ ହୋଇ ପାରିବ। ସେ କହିଥିଲେ ଯେ ଏହି ରାସ୍ତା କେବଳ ଏକ ରାସ୍ତା ନୁହେଁ ଏହା ଏହି ଅଞ୍ଚଳର ଜୀବନ ରେଖା । ସେ କହିଥିଲେ ଯେ ଏହି ରାସ୍ତା ଯୋଗୁଁ ଚାଷୀ, ଶ୍ରମିକ ,ସାଧାରଣ ଜନ ସାଧାରଣ ସୁବିଧା ପାଇବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ଓ ଗମନା ଗମନରେ ସୁବିଧା ହେବ।ଓଡ଼ିଶାର ପ୍ରଗତି କ୍ଷେତ୍ରରେ ଏହି ଲୋକାଭିମୁଖୀ ପ୍ରକଳ୍ପ ବେଶ ସହାୟକ ହେବ ବୋଲି କୁହାଯାଇପାରେ।

You May Also Like

More From Author

+ There are no comments

Add yours