ଭୂକମ୍ପ ସମୟରେ ଭାରତର ସାହାଯ୍ୟକୁ ଭୁଲିଗଲା ତୁର୍କୀ,ମିଳିତ ଜାତିସଂଘ ବୈଠକରେ ଭାରତକୁ ବିରୋଧ ପାକିସ୍ତାନକୁ ସମର୍ଥନ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ତୁର୍କୀ ଘଟିଥିବା ପ୍ରଳୟଙ୍କରୀ ଭୂକମ୍ପ ଖାଲି ତୁର୍କୀ ବାସିନ୍ଦା ନୁହନ୍ତି କେହି ବି ଭୁଲି ପାରିନାହାନ୍ତି।ଏହି ଭୂକମ୍ପରେ ଭାରତର କରିଥିବା ସାହାଯ୍ୟ ମଧ୍ୟ ଯାହାକି ଅନେକାଂଶରେ ତୁର୍କୀ ବାସିନ୍ଦାଙ୍କୁ ଆଶ୍ୱସ୍ଥ କରିଥିଲା।ଯାହାକି ଭାରତର ସମସ୍ତ ଉଦ୍ଧାରକାରୀ ଦଳ ତୁର୍କୀରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ନିଜର ଉଦ୍ଧାର ସମୟ ଅନୁଭୂତିର କଥା ବଖଣିଥିଲେ।ଏସବୁ ପରେ ମଧ୍ୟ ଭୂକମ୍ପ ସମୟରେ ଭାରତର ସାହାଯ୍ୟକୁ ଭୁଲିଯାଇଛି ତୁର୍କୀ।ଭୂକମ୍ପ ସମୟରେ ଭାରତର ସାହାଯ୍ୟକୁ ଭୁଲିଯାଇଛି ତୁର୍କୀ। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (UNHRC) ରେ ତୁର୍କୀ ପୁଣି ଥରେ ପାକିସ୍ତାନକୁ ସମର୍ଥନ କରିଛି ଏବଂ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛି। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନକୁ ସମର୍ଥନ କରୁଥିବାବେଳେ ତୁର୍କୀ ଅଭିଯୋଗ କରିଛି ଯେ ଭାରତ ଜାମ୍ମୁ କାଶ୍ମୀରରେ ମାନବିକ ଅଧିକାରର ଉଲ୍ଲଂଘନ କରୁଛି।

ତୁର୍କୀର ଏଭଳି ଅଭିଯୋଗ ଉପରେ ଭାରତ ମଧ୍ୟ ନିରବ ରହିନାହିଁ। UNHRC ରେ ଭାରତର ପ୍ରତିନିଧୀ ତୁର୍କୀକୁ ଜବାବ ଦେଇ କହିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ତୁର୍କୀ ଅନାବଶ୍ୟକ ବିବୃତ୍ତି ଦେବା ଠାରୁ ଦୂରେଇ ରହିବା ଉଚିତ୍।

ନିକଟରେ ତୁର୍କୀରେ ହୋଇଥିବା ଭୂକମ୍ପ ପରେ ସେଠାରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଦ୍ୱାରା ପରିଚାଳିତ ‘ଅପରେସନ୍ ଦୋସ୍ତ’କୁ ଭୁଲି ତୁର୍କୀ UNHRC ରେ କାଶ୍ମୀର ଉପରେ ପାକିସ୍ତାନ ସପକ୍ଷରେ କହିଛି। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୨ ତମ ଅଧିବେଶନର ଉଚ୍ଚ ସ୍ତରୀୟ ବିଭାଗରେ ଭାରତ ବିରୁଦ୍ଧରେ ହୋଇଥିବା କୁତ୍ସିତ ପ୍ରଚାରର ଜବାବ ଦେବା ପାଇଁ ଭାରତ ଏହାର ଉତ୍ତର ଅଧିକାର ବ୍ୟବହାର କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ୍ ସଚିବ ସୀମା ପୂଜାନି ପାକିସ୍ତାନର ଅହମ୍ମଦିଆ ସମ୍ପ୍ରଦାୟ, ଖ୍ରୀଷ୍ଟିଆନ, ହିନ୍ଦୁ ଏବଂ ଶିଖଙ୍କ ସମେତ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ନିର୍ଯ୍ୟାତନା ପ୍ରସଙ୍ଗ ଉଠାଇଥିଲେ।

ଏହି ସମୟରେ ପୂଜାନି କରିଛନ୍ତି ଯେ ସାରା ବିଶ୍ୱରେ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ପାକିସ୍ତାନର ନୀତି ସିଧାସଳଖ ଦାୟୀ। ବିନା ଆଧାରରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର ପ୍ରସାର କରିଥିବାରୁ ପାକିସ୍ତାନକୁ ଭାରତ ଆଜି ପୁଣି ଆଇନା ଦେଖାଇଛି। ଭାରତ କହିଛି ଯେ ଏହା ବଦଳରେ ପାକିସ୍ତାନ ନିଜ ଲୋକଙ୍କ ପାଇଁ କାମ କରିବା ଉପରେ ଧ୍ୟାନ ଦେବା ଉଚିତ। ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ପୂଜାନି ତୁର୍କୀ ଏବଂ ଇସଲାମିକ୍ ସହଯୋଗ ସଂଗଠନ (ଓଆଇସି) କୁ ମଧ୍ୟ ଟାର୍ଗେଟ କରି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମନ୍ତବ୍ୟ ନଦେବାକୁ ପରାମର୍ଶ ଦେଇଛନ୍ତି।ତୁର୍କୀର ଏପ୍ରକାର ବିବୃତି ଭାରତକୁ ଅପମାନ କରିଛି।

You May Also Like

More From Author

+ There are no comments

Add yours