ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା:ରାଜ୍ୟରେ ମଙ୍ଗଳବାର ଠାରୁ ଦୁଇ ଦିନ ବର୍ଷା

ଶବ୍ଦମିଡ଼ିଆ ବ୍ୟୁରୋ:ମାର୍ଚ୍ଚ ମାସରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି।ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ହୋଇଯାଉଛି।ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ଗରମ ଅନୁଭୂତ ହେଉଛି।ଏହା ଭିତରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ଯେ ରାଜ୍ୟରେ ମଙ୍ଗଳବାର ଠାରୁ ଦୁଇ ଦିନଧରି ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରି କହିଛନ୍ତି।ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, କେନ୍ଦୁଝର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ଉପକୂଳ ସମେତ ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତରାଞ୍ଚଳରେ ଟାଣ ଖରା ହେଉଥିବାରୁ ଗରମ ଅନୁଭୂତ ହେଉଛି । ଶନିବାର 8ଟି ସହରରେ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁର ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା 38.6 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 38.5 ଡିଗ୍ରୀ ରହିଛି ।ଝାରସୁଗୁଡା 38.4 ଡିଗ୍ରୀ, ବାରିପଦା 38 ଡିଗ୍ରୀ, ସୁବର୍ଣ୍ଣପୁର 38.4 ଡିଗ୍ରୀ, ବୌଦ୍ଧ ଏବଂ ଖୋର୍ଦ୍ଧାରେ 38 ଡିଗ୍ରୀ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା 5 ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ସ୍ୱାଭାବିକରୁ 2 ରୁ 3 ଡିଗ୍ରୀ ଅଧିକ ରହିପାରେ ।

You May Also Like

More From Author

+ There are no comments

Add yours