ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ: କିରଣ ରିଜିଜୁ

ଶବ୍ଦ ଓଡ଼ିଶା ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ। ପୂର୍ବ ଭାରତର ରାଜ୍ୟଗୁଡିକୁ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶମାନଙ୍କର ପ୍ରଥମ ସମ୍ମିଳନୀରେ ଆଜି ଏହା କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ। ସେହିପରି ସମଗ୍ର ଦେଶରେ ଇ-କୋର୍ଟ କାର୍ଯ୍ୟକାରୀ କରାଯିବା ସହ କୋର୍ଟକୁ ପପେର ଲେସ୍ କରାଯିବ ଓ ନ୍ୟାୟପାଳିକାର ଅପବ୍ୟବହାରରେ ବିଦେଶୀ ଲିଙ୍କ୍ ରହିଥିବା ସେ କହିଛନ୍ତି।
କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି, ଦେଶର ବିଭିନ୍ନ ବିଚାରାଳୟରେ ୪ କୋଟି ୯୦ ଲକ୍ଷ ମାମଲା ପଡ଼ିରହିଛି। ତୁରନ୍ତ ଏହାର ସମାଧାନ ନହେଲେ ମାମଲା ସଂଖ୍ୟା ୫ କୋଟି ଅତିକ୍ରମ କରିଯିବ। ଏହାର ସମାଧାନ ପାଇଁ ଟେକ୍ନୋଲୋଜି ଜରୁରୀ। ଯେଉଁଥିପାଇଁ ଚଳିତ ବଜେଟରେ ଇ-କୋର୍ଟ ଫେଜ୍-୩ କାର୍ଯ୍ୟକାରୀ କରିବା ପାଇଁ ୭୦୦୦ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ଭାରତୀୟ ନ୍ୟାୟପାଳିକା ଡିଜିଟାଲ ଓ ପେପର୍ ଲେସ ହେବ। ଏହା କରାନଗଲେ ବର୍ଷ ବର୍ଷ ପର୍ଯ୍ୟନ୍ତ ଗରିବଙ୍କୁ କୋର୍ଟର ଦ୍ୱରାସ୍ଥ ହେବାକୁ ପଡିବ।

You May Also Like

More From Author

+ There are no comments

Add yours