ଆରମ୍ଭ ହେଲା ମହିଳା ଆଇପିଏଲ। ଗୁଜୁରାଟ ଜାଏଣ୍ଟସକୁ ୧୪୩ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆରମ୍ଭ ହୋଇଛି ମହିଳା ଆଇପିଏଲ । ପ୍ରଥମ ମ୍ୟାଚରେ ଗୁଜୁରାଟ ଜାଏଣ୍ଟସକୁ ୧୪୩ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିନାୟକ ହର୍ମନପ୍ରୀତ କୌର ମାତ୍ର ୨୨ ଟି ବଲରୁ ଏହି ଲିଗର ପ୍ରଥମ ଅର୍ଦ୍ଧଶକତ ପୁରା କରିବା ସହ ୬୫ ରନର ବିଷ୍ଫୋରକ ପାଳି ଖେଳିଛନ୍ତି । ମୁମ୍ବାଇ ଇଣ୍ଢିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୨୦୭ ରନ କରିଥିଲା । ହେଲେ ଗୁଜୁରାଟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ନା କରିବା ସହ ୯ ୱିକେଟ୍ ହରାଇ ମାତ୍ର ୬୪ ରନ କରିବାରେ ସକ୍ଷମ ହୋଇଥିଲା
ତେବେ ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ୫ ଦଳକୁ ନେଇ ଏହି ଟି-୨୦ ମହିଳା କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ଦୁଇ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ, କ୍ରିତି ସାନନ ମୁଖ୍ୟ ଆକର୍ଷଣ ସାଜିଛନ୍ତି ।

You May Also Like

More From Author

+ There are no comments

Add yours