Thu. Oct 15th, 2026

ଶବ୍ଦ ଓଡ଼ିଶା ବ୍ୟୁରୋ: ସର୍ବସାଧାରଣଙ୍କ ଉଦେଶ୍ୟରେ ଆଜି ଲୋକାର୍ପିତ ହେବ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡକୋଟା’ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ।
ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତ୍ରୀ ଅବସରରେ ଆଜି ସକାଳ ୯ ଟା ୨୫ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାର ଉନ୍ମେଚନ କରିବେ । ଗତ ଜାନୁଆରୀରେ ଭୁବନେଶ୍ୱର ଆସିଥିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ।

Leave a Reply

Your email address will not be published. Required fields are marked *