୩୮ ଡିଗ୍ରୀ ଉପରେ ୮ ସହର, ମାର୍ଚ୍ଚ ପହିଲାରୁ ଅସହ୍ୟ ତାତି

ଶବ୍ଦ ଓଡ଼ିଶା ବ୍ୟୁରୋ: ମାର୍ଚ୍ଚ ଆରମ୍ଭରୁ ସୂର୍ଯ୍ୟଙ୍କ ପ୍ରକୋପ ବଢିବାରେ ଲାଗିଛି । ସକାଳ ୮ଟାରୁ ଟାଣ ଖରା ଦେଖିବାକୁ ମିଳୁଥିବା ବେଳେ ଦିନ ୧୧ ଟା ସୁଦ୍ଧା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଯାଉଛି । ଗତକାଲି ରାଜ୍ୟର ୮ ସହରର ତାପମାତ୍ର ୩୮ ଡିଗ୍ରୀ ଉପରେ ରହିଥିଲା ବେଳେ ୨୦ରୁ ଅଧିକ ସହରରେ ତାପମାତ୍ର ୩୭ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।
ସମ୍ବଲପୁର ଏବଂ ତାଳଚେରରେ ସର୍ବାଧିକ ତାପମାତ୍ର ୩୮.୬ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୮ ଦଶମିକ୍ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଦିନ ସାଢେ ୧୧ ଟା ବେଳକୁ ରାଜଧାନୀର ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଯାଉଛି । ଏବେ ରାଜ୍ୟରେ ସାମୁଦ୍ରିକ ବାୟୁର ପ୍ରଭାବ କମ ରହିଛି । ଏଥିସହ ବାୟୁମଣ୍ଡଳରେ ଆର୍ଦତା ନଥିବା ବେଳେ ବର୍ଷାର ସମ୍ଭାବନା ମଧ୍ୟ ନାହିଁ ।

You May Also Like

More From Author

+ There are no comments

Add yours