Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି 5 ଟି ସଚିବ ଭି.କେ ପାଣ୍ଡିଆନ।ଦୁଇ ଦିନ ପାଇଁ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି.କେ ପାଣ୍ଡିଆନ।ସେ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ଏହି ପରିଦର୍ଶନ ସମୟରେ ସେ ଏହା ବୁଦ୍ଧିଜୀବି ଛାତ୍ର ଓ ଜନ ସାଧାରଣଙ୍କ ସହ ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦ୍ଵିତୀୟ ଦିନରେ ପାଣ୍ଡିଆନ ବାଙ୍ଗିରିପୋଷି ଘାଟିର ବିକଳ୍ପ ରାସ୍ତା ବୁଲି ଦେଖିବା ସହ ବାରିପଦା ବଡ଼ ଜଗନ୍ନାଥ ମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଏହା ସହିତ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ପାଣ୍ଡିଆନ ସହରର ଜଳାଶୟର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିବା ସହ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ସ୍ପର୍ଟ୍ସ ହଷ୍ଟେଲ ଆଦି ବୁଲି ଦେଖିବା ସହିତ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ।

ଏହି ଅବସରରେ 5ଟି ସଚିବ ମୟୂରଭଞ୍ଜ ଗସ୍ତରେ ଆସି ବହୁତ ଖୁସି ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲାବାସୀଙ୍କ ତରଫରୁ ପୂର୍ବତନ ଜିଲ୍ଲାପାଳ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ସେ ପାଲବଣୀ ନିକଟ ଶାଳବଣି ଫରେଷ୍ଟ ଗେଷ୍ଟ ହାଉସରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର, ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନଙ୍କ ସହ ଜିଲ୍ଲାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ପାଣ୍ଡିଆନଙ୍କୁ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।5 ଟି ସଚିବ ବର୍ତ୍ତମାନ ସମୟରେ ରାଜ୍ୟର ଅନେକ ଜିଲ୍ଲାକୁ ପରିଦର୍ଶନ କରୁଛନ୍ତି। ଏହା ସହ ରାଜ୍ୟର ଜିଲ୍ଲା ମାନଙ୍କରେ ରହିଥିବା ଦର୍ଶନୀୟ ସ୍ଥାନ ମାନଙ୍କୁ ଉନ୍ନତିକରଣ କରାଇବାରେ ପ୍ରଚେଷ୍ଟା କରୁଛନ୍ତି।

By

Leave a Reply

Your email address will not be published. Required fields are marked *