ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ତେଜିଲା ପ୍ରତିବାଦ, ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଶବ୍ଦ ଓଡ଼ିଶା ବ୍ୟୁରୋ: ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ବାରମ୍ବାର ରୋଷେଇ ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ରୋଷେଇ ଶାଳ ଉପରେ ମାଡ କରିଛନ୍ତି । ଜନ ଅସନ୍ତୋଷକୁ ନେଇ ଆଜି ରାଜଭବନ ଆଗରେ ବିଜୁ ମହିଳା ଜନତା ଦଳ ବିକ୍ଷୋଭ କରିବ । ରାଜଭବନ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରି ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବାକୁ ଦଳ ଦାବି କରିବ ।

ଗ୍ୟାସ ବୃଦ୍ଧିକୁ ବିରୋଧ କରି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି । ହଠାତ୍ ଗ୍ୟାସ୍‌ ଦର ୫୦ଟଙ୍କା ବଢ଼ିବା ନିଷ୍ପତ୍ତିକୁ କେହି ଗ୍ରହଣ କରିପାରୁନାହାନ୍ତି। ସବୁ ବର୍ଗର ଲୋକଙ୍କୁ ଏହା ବାଧୁଛି । ଦରବୃଦ୍ଧି ସମସ୍ତଙ୍କୁ କନ୍ଦାଇଲାଣି । ଏମିତି ଲାଗୁଛି, ଯେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁନାହାନ୍ତି ଦେଶରେ ଗରିବ ଲୋକଙ୍କର କଲ୍ୟାଣ ହେଉ। ଗ୍ୟାସ୍ ଦର ହଠାତ୍ କାହିଁକି ବଢ଼ିଲା ସେନେଇ ବିଜେପି କାହିଁକି ଚୁପ୍ ରହିଛି ବୋଲି ପ୍ରଶ୍ନ କରିଛନ୍ତି ।

You May Also Like

More From Author

+ There are no comments

Add yours