ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ

ଶବ୍ଦ ଓଡ଼ିଶା ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ । ସବୁ ଜାଣି ଚୁପ ବସିଛି ବନ ବିଭାଗ । ଢେଙ୍କାନାଳ ସଦର ରେଞ୍ଜ ଅଧିନ ଗଦାଶିଳା ବିଟ ହାଉସ ଅନ୍ତର୍ଗତ ସିମିନଈ ଶାଳ ଜଙ୍ଗଲ ହୁତହୁତ ହୋଇ ଜଳୁଛି । ୫୫ ନମ୍ବର ରାଜପଥର ବାଇପାସ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲ ଆଖପାଖ ଅଞ୍ଚଳ ଧୂଆଁ ଧୂଆଁ ହୋଇଯାଇଛି । ଶୁଖିଲା ଘାସ ଶୁଖିଲା ପତ୍ର ଯୋଗୁଁ ନିଆଁର ଦ୍ରୁତ ଗତିରେ ଜଙ୍ଗଲ ଭିତରେ ବ୍ୟାପିବାରେ ଲାଗିଛି । ହେଲେ ନିଆଁ ଲିଭାଇବା ପାଇଁ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।

You May Also Like

More From Author

+ There are no comments

Add yours