Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ରଙ୍ଗେଇଲୁଣ୍ଡା ବିମାନବନ୍ଦର ପରିଦର୍ଶନ କରିଛନ୍ତି।ଏହା ସହିତ ବରିଷ୍ଠ ପଦାଧିକାରୀଙ୍କ ସହିତ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି।ଏହା ପରେ ବିମାନ ବନ୍ଦରରେ ଚାଲିଥିବା ଟର୍ମିନାଲକୁ ବୁଲି ଦେଖିବା ସହ ଏହାର ରନୱେ ବୁଲି ଦେଖିବା ସହ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି।ଚିଫ୍ ଇଞ୍ଜିନିୟର ତାରାକାନ୍ତ ମିଶ୍ର, ପୂର୍ତ୍ତ ବିଭାଗର ଏସସିଇ ତପନ ପାଣିଗ୍ରାହୀ, ପିଡି ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ବ୍ରହ୍ମପୁର ଏସପି ଶ୍ରବଣ ବିବେକ, କନିଶି ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟରେ ବର୍ତ୍ତମାନ ସମୟରେ ପରିବହନ ଏବଂ ଯୋଗାଯୋଗ ଏବଂ ବାଣିଜ୍ୟ କାରବାରକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଆବଶ୍ୟକ ଅନୁଯାୟୀ ରାଜ୍ୟର ଭୁବନେଶ୍ୱର ପରେ ଝାରସୁଗୁଡା,କୋରାପୁଟ,ରାଉରକେଲା, ଏବେ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଠାରେ ବିମାନବନ୍ଦର ହେବାକୁ ଯାଉଛି।

By

Leave a Reply

Your email address will not be published. Required fields are marked *