ଶବ୍ଦ ଓଡ଼ିଶା ବ୍ୟୁରୋ: କଟକରେ ପୁଲିସ-ଅପରାଧୀ ଏନକାଉଣ୍ଟର । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ । ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର। ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କ ସାର୍ପସୁଟର୍ ଭାବେ ପରିଚିତ। ଘଟଣାର ୭ ବର୍ଷପରେ ଅର୍ଥାତ୍ ୨୦୨୧ ସେପ୍ଟେମ୍ବର ୧ ତାରିଖରେ ମାଲଗୋଦାମ ଥାନା ପୁଲିସ ଶଙ୍କରକୁ ଗିରଫ କରିଥିଲା । ଗିରଫ ପରେ ତାକୁ ଚୌଦ୍ବାର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିଲା । ତେବେ, ଜେଲ୍ରୁ ଫେରିବା ପରେ ପୁଣି ବନ୍ଧୁକ କାରବାର ଭଳି ଅପରାଧିକ କାର୍ଯ୍ୟକଳାପରେ ଶଙ୍କରର ସମ୍ପୃକ୍ତି ସାମ୍ନାକୁ ଆସିଥିଲା ।
