କୋରାପୁଟରେ ମୃଦୁ ଭୂମିକମ୍ପ: ରିକ୍ଟର ସ୍କେଲର ତ୍ରୀବତା ୩ ଦଶମିକ ୮

ଶବ୍ଦ ଓଡ଼ିଶା ବ୍ୟୁରୋ: କୋରାପୁଟରେ ମୃଦୁ ଭୂମିକମ୍ପ । ସକାଳ ୫ଟା ୫ରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩ ଦଶମିକ ୮ । କୋରାପୁଟ ଆଖପାଖ ଅଞ୍ଚଳ ନାରାୟଣପାଟଣା ଓ ଲକ୍ଷ୍ମୀପୁର ସମେତ ଦଶମନ୍ତପୁର ବ୍ଳକରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଭୂକମ୍ପ ଯୋଗୁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ।

You May Also Like

More From Author

+ There are no comments

Add yours