ସେବାଶ୍ରମରେ ଝାଡାବାନ୍ତି: ୧୧ଛାତ୍ରୀ ଆକ୍ରାନ୍ତ

ଶବ୍ଦ ଓଡ଼ିଶା ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ସେବାଶ୍ରମରେ ଝାଡାବାନ୍ତି । ସେବାଶ୍ରମର ୧୧ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ୫ ଜଣ ଅନ୍ତେବାସୀଙ୍କୁ ସେବାଶ୍ରମରେ ଯତ୍ନ ନେଉଛନ୍ତି ସ୍ୱାସ୍ଥ୍ୟକର୍ମୀ ।

ବିଷକ୍ରିୟାରୁ ଅନ୍ତେବାସୀମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମସ୍ତ ଛାତ୍ରୀ ଅଷ୍ଟମ ଓ ନବମ ଶ୍ରେଣାରେ ପଢୁଥିବା ଜଣାପଡିଛି । ଖବର ପାଇ ମୋହନା ମେଡିକାଲର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ ସେବାଶ୍ରମରେ ପହଞ୍ଚି ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରିଛନ୍ତି ।

You May Also Like

More From Author

+ There are no comments

Add yours