ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସତ୍କାର

ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସତ୍କାର । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ମରଶରୀର ଆଜି ରାତିରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ବିମାନବନ୍ଦରରେ ପହଞ୍ଚିଲା ପରେ ପିଣ୍ଟୁ ନନ୍ଦଙ୍କର ମରଶରୀରକୁ ଆମ୍ବୁଲାନ୍ସରେ ନେଇ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ଡାକ୍ତରଖାନାରେ ପିଣ୍ଟୁ ନନ୍ଦଙ୍କ ମରଶରୀର ରାତିସାରା ରହିବ। ଆସନ୍ତାକାଲି ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କର ମରଶରୀର ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସତ୍କାର କରାଯିବ। ପିଣ୍ଟୁ ନନ୍ଦଙ୍କର ଜଣେ ସଂପର୍କୀୟଙ୍କ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିମାନବନ୍ଦରରେ ପିଣ୍ଟୁ ନନ୍ଦଙ୍କର ମରଶରୀର ପହଞ୍ଚିଲା ପରେ ଓଡ଼ିଆ ସିନେ କଳାକାର ତଥା ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ବ୍ୟକ୍ତି ବିଶେଷ ବିମାନବନ୍ଦରରେ ପହଞ୍ଚି ଥିଲେ।

You May Also Like

More From Author

+ There are no comments

Add yours