ସ୍ୱାମୀ-ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା, ଘଟଣାସ୍ଥଳରେ ପୁଲିସର ଛାନଭିନ

ଶବ୍ଦଓଡ଼ିଶା ବ୍ୟୁରୋ: ସୋରରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା । ଜିଲ୍ଲାର ସବିରା ଗାଁରେ ଏଭଳି ଘଟଣା ଘଟିଛି । ସ୍ୱାମୀ ରଘୁନାଥ ବେହେରା ଓ ସ୍ତ୍ରୀ ପ୍ରଭାତୀ ଘରଠାରୁ ୫୦୦ ମିଟର ଦୂରରେ ନିଜ ଫାର୍ମକୁ ଆସିଥିବା ବେଳେ କିଛି ଅଜଣା ଦୃର୍ବୃତ୍ତ ଆସି ଦମ୍ପତିଙ୍କୁ ଗଳାକାଟି ହତ୍ୟା କରିଛନ୍ତି । ଉଭୟଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ।

ସେଠାରେ ରଘୁନାଥ ଓ ପ୍ରଭାତୀଙ୍କ ଗଳାକାଟି ହତ୍ୟା କରାଯାଇଥିବା ଦେଖିବାକୁ ପାଇଲେ ଲୋକେ । ଗଳାକାଟି ଦୁବୃର୍ତ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ପାଇ ସୋର ଥାନା ଅଧିକାରିଣୀ ଘଟଣାସ୍ଥଳରେ ପହଞ୍ଚି ମୃତହେଦ ଜବତ କରିଛନ୍ତି । ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନଥବା ବେଳେ ପୁଲିସ ଘଟଣାର ଛାନଭିନ କରୁଛି ।

You May Also Like

More From Author

+ There are no comments

Add yours