Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା। କଳାରେ ୨ଲକ୍ଷ ୧୯ହଜାର ୧୧୦ ଏବଂ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି।

ଦିନ୧୦ଟା ରେ ଆରମ୍ଭ ହେବ ପରୀକ୍ଷା। ସକାଳ ୯ଟା ରେ କେନ୍ଦ୍ର କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କୌଣସି ସାମଗ୍ରୀ ପରୀକ୍ଷା ହଲକୁ ନିଆଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ରହିଛି।

Leave a Reply

Your email address will not be published. Required fields are marked *