ଶବ୍ଦମିଡ଼ିଆ ବ୍ୟୁରୋ:ନୂତନ ଭାବରେ ମୁଖ୍ୟ ଶାସନ ସଚିବ ଦାଇତ୍ୱ ନେବାକୁ ଯାଉଛନ୍ତି ବରିଷ୍ଠ ଆଇଏସ ପ୍ରଦୀବ ଜେନା।ଆସନ୍ତା କାଲି ୨୮ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅବସର ଗ୍ରହଣ କରିବେ।ତେବେ ମୁଖ୍ୟ ଶାସନ ସଚିବ ଦାଇତ୍ୱ ଗ୍ରହଣ କରିବା ପ୍ରଦୀପ ଜେନା ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶ୍ରିବାଦ ନେଇଛନ୍ତି।ସେ କହିଛନ୍ତି ଯେ ମହାପ୍ରଭୁଙ୍କ ଇଚ୍ଛା ବିନା କିଛି ହୁଏନି ବୋଲି କହିଛନ୍ତି।ଏହା ସହ ପୁରୀ ପାଇଁ ସରକାରଙ୍କ ଅନେକ ଯୋଜନା ଥିବା କହିଛନ୍ତି ପ୍ରଦୀପ ଜେନା।
ସୂଚନା ମୁତାବିକ, ପେବ୍ରୁଆରୀ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ୟ୍ୟକାଳ ଶେଷ ହେଲା ପରେ ତାଙ୍କ ସ୍ଥାନରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କାର୍ୟ୍ୟକାଳ ଆସନ୍ତା ୨୮ ତାରିଖରେ ଶେଷ ହେବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି ପ୍ରଦୀପ ଜେନାଙ୍କ ସ୍ଥାନରେ ଅନୁ ଗର୍ଗ ହେବେ ଉନ୍ନୟନ କମିଶନର । ଅନୁ ଗର୍ଗ ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ । ଅତିରିକ୍ତ ଭାବେ ସେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନିର୍ବାହ କରିବେ ।
