Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା। ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧୬,୮୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିବେ।

ପ୍ରତ୍ୟେକ କୃଷକଙ୍କୁ ୨୦୦୦ ଟଙ୍କା ଲେଖାଏଁ ମିଳିବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚାଷୀ ମାନଙ୍କୁ ପିଏମ୍‌ କିଷାନ ଯୋଜନାରେ ୧୩ତମ କିସ୍ତି ମିଳିବ ।ପ୍ରତିବର୍ଷ ୪ ମାସର ବ୍ୟବଧାନରେ ଚାଷୀ ମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି କେନ୍ଦ୍ର ସରକାର । ତେଣୁ ଗୋଟିଏ ବର୍ଷରେ କୃଷକଙ୍କୁ ପିଏମ୍‌ କିଷାନ ଯୋଜନାରେ ୩ଟି କିସ୍ତି ମିଳୁଥିବା ବେଳେ ମୋଟ୍‌ ୬ ହଜାର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସୁଛି ।

କର୍ଣ୍ଣାଟକର ବେଲଗାଭିରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ। ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କୃଷି ସଚିବ ମନୋନ ଆହୁଜା ଉପସ୍ଥିତ ରହିବେ। ପିଏମ୍ କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨.୨୫ ଲକ୍ଷ କୋଟି ଟଙ୍କା ବଣ୍ଟନ କରାଗଲାଣି।ପ୍ରଧାନମନ୍ତ୍ରୀ ସଦାସର୍ବଦା ଚାଷୀଙ୍କ ଉନ୍ନତି ନିମନ୍ତେ ଚେଷ୍ଟିତ।

By

Leave a Reply

Your email address will not be published. Required fields are marked *