Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆଦାନୀ ଗ୍ରୁପ କହିଲେ ଗୌତମ ଆଦାନୀ ଚେହେରା ପ୍ରଥମେ ମୁହଁ ଆଗକୁ ଚାଲି ଆସେ। ଭାରତର ଏହି ବିଶିଷ୍ଠ ବ୍ୟବସାୟୀ ନିଜର ଚେଷ୍ଟା ଉଦ୍ୟମ ବଳରେ ଏକ ସାଧାରଣ କର୍ମଚାରୀରୁ କ୍ୟାରିଅର ଆରମ୍ଭ କରି ଆଜି ଏହି ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ।ଆଦାନୀ ଗ୍ରୁପ ଅଧିନରେ ଅନେକ ବ୍ୟବସାୟ ରହିଛି।ତେବେ ଗତ ଏକ ମାସ ତଳେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଏହି ଗ୍ରୁପ ନିବେଶକଙ୍କ ପାଖରେ ବିଶ୍ୱସନୀୟତା ହରାଇଥିଲା।ହିଣ୍ଡେନ ବର୍ଗ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ ବିରୋଧରେ ଜାଲିଆତି ଓ ହେରଫେର ଅଭିଯୋଗ ଆଣିବା ପରେ ଆଦାନୀଙ୍କର ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ଗତ ଏକ ମାସ ମଧ୍ୟରେ ହ୍ରାସ ହୋଇ ୩ୟ ସ୍ଥାନରେ ଥିବା ଆଦାନୀ ଗ୍ରୁପ ମୁଖ୍ୟ ୩୦ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।ଜାନୁଆରୀ ୨୪ ତାରିଖରେ ହିଣ୍ଡେନବର୍ଗ ଏହି ଦୁର୍ନୀତି ସାମ୍ନାକୁ ଆଣିଥିଲା । ତା ପରେ ଆଦାନୀଙକ୍ ସମ୍ପତ୍ତି ମୂଲ୍ୟ କମିବାରେ ଲାଗିଥିଲା । ଏହି ସମୟ ମଧ୍ୟରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୮୦୦୦ କୋଟି ଡଲାର ହ୍ରାସ ପାଇଛି । ହିଣ୍ଡେନବର୍ଗର ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ ଖଣ୍ଡନ କରିଥିଲେ ହେଁ ନିବେଶକମାନଙ୍କୁ ତାହା ସନ୍ତୁଷ୍ଟ କରିପାରିନି । ସେୟାର ବଜାରରେ ନିବେଷକମାନେ ଆଦାନୀ କମ୍ପାନୀର ସେୟାର ବିକ୍ରି କରୁଥିବାରୁ ସେଗୁଡିକର ଦାମ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ।

ଋିପୋର୍ଟରୁ ଜଣାଯାଇଛି, ଗତ ଏକମାସ ଭିତରେ ଆଦାନୀଙ୍କ ବିିିଭିନ୍ନ କମ୍ପାନୀର ବଜାର ପୁଞ୍ଜି ପରିମାଣ ୧୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଆଦାନୀ ଟୋଟାଲ ଗ୍ୟାସର ବଜାର ପୁଞ୍ଜିରେ ୮୦.୬୮ ପ୍ରତିଶତ, ଆଦାନୀ ଗ୍ରୀନ ଏନର୍ଜିର ମୂୂଲ୍ୟ୭୪.୬୨ ପ୍ରତିଶତ, ଆଦାନୀ ଟ୍ରାନ୍ସମିଶନରେ ୭୪.୨୧ ପ୍ରତିଶତ ଓ ଆଦାନୀ ଏଣ୍ଟରପ୍ରାଇଜେସ ବଜାର ପୁଞ୍ଜିରେ ୬୨ ପ୍ରତିଶତ ହ୍ରାସ ପାଇଛି । ଏହା ବ୍ୟତୀତ ତାଙ୍କର ଅନ୍ୟାନ୍ୟ କମ୍ପାନୀର ବଜାର ମୂଲ୍ୟ ମଧ୍ୟ ହ୍ରାସ ପାଇଥିବା ଜଣାଯାଇଛି । ଏହି ହ୍ରାସ ମୂଲ୍ୟ ଟିସିଏସ ବଜାର ପୁଞ୍ଜି ସହ ସମାନ ।

By

Leave a Reply

Your email address will not be published. Required fields are marked *