Wed. Oct 14th, 2026


ଶବ୍ଦମିଡ଼ିଆ ବ୍ୟୁରୋ: ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁରେଶ ମହାପାତ୍ର ଏବେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଛନ୍ତି। ୨ ଦିନ ପରେ ଅର୍ଥାତ୍ ଚଳିତ ମାସ ୨୮ ତାରିଖରେ ସେ ଅବସର ନେଉଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଥଇଥାନ କରି ସନ୍ତୁଷ୍ଟିକରଣ କରିବାକୁ ପଦକ୍ଷେପ ନେଇଛନ୍ତି।
ତାଙ୍କୁ ଏହି ପଦରେ ଥଇଥାନ କରିବାକୁ ପୂର୍ବରୁ ଆଲୋଚନା ହେଉଥିଲା। ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦୁଇଥର ୬ ମାସ ଲେଖାଏଁ ତାଙ୍କ କାର୍ଯ୍ୟକାଳ ଅବଧିକୁ ରାଜ୍ୟ ସରକାର ବଢ଼ାଇଥିଲେ। ହେଲେ ଆଜି ପିକେ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ସରକାର ନିଯୁକ୍ତ ଦେବା ପରେ ସୁରେଶ ମହାପାତ୍ରଙ୍କୁ OERC ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *