Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ମାଲଦା ଗ୍ରାମର ସରକାରୀ ଧର୍ମକଣ୍ଟା ନିକଟରେ ଥିବା ଏକ ଢାବାର ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିମାଡ଼ରେ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ରମେଶ ଚାତମ୍ବା। ଗୁରୁତର ଆହତ ତାଙ୍କ ସହଯୋଗୀଙ୍କ ନାଁ ରାମ ପୂର୍ତ୍ତୀ।
ରବିବାର ସନ୍ଧ୍ୟାରେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ନମ୍ବର ବିହୀନ କଳା ପଲସରରେ ଆସି ରମେଶ ଚାତମ୍ବାଙ୍କ ଢାବା ନିକଟରେ ଅଟକି ଥିଲେ। ସେମାନେ ରମେଶଙ୍କ ସହିତ ପ୍ରାୟ ୨ ମିନିଟ୍ କଥା ହେବା ପରେ ହଠାତ୍ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ। ସେମାନେ ୪ ରାଉଣ୍ଡ ଗୁଳି କରି ଥିଲେ। ଗୁଳି ରମେଶ ଓ ତାଙ୍କ ସହଯୋଗୀ ରାମଙ୍କ ଦେହରେ ବାଜିଥିଲା।

Leave a Reply

Your email address will not be published. Required fields are marked *