ବାଲେଶ୍ୱରରେ ସ୍ୱାମୀର ଏସ୍‌ଡ ମାଡ଼ରେ ସ୍ତ୍ରୀ ମୃତ


ଶବ୍ଦମିଡ଼ିଆ ବ୍ୟୁରୋ: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରାରେ ସ୍ତ୍ରୀ ସମେତ ୪ ଜଣଙ୍କୁ ସ୍ୱାମୀର ଏସିଡ୍ ମାଡ଼ ଘଟଣାରେ ସ୍ତ୍ରୀ ମୃତ । କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଗତ ୨୦ରେ ଏହି ଏସ୍‌ଡ ମାଡ଼ ଘଟଣା ଘଟିଥିଲା। ସେପଟେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ୱାମୀ ଚନ୍ଦନ ରଣା ଏବେ ବି ଫେରାର୍ ଥିବା ବେଳେ ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ମୃତକ ଜଣକ ଅବନ୍ତୀ ସିଂହ।ଚନ୍ଦନ ପାରିବାରିକ ଅସନ୍ତୋଷକୁ ନେଇ ଦ୍ୱିତୀୟ ପତ୍ନୀ ଅବନ୍ତୀ, ଶାଳୀ ଓ ଦୁଇ ଛୋଟ ପିଲାଙ୍କୁ ଏସିଡ ମାଡ଼ କରିଥିଲା। ଘଟଣାରେ ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି।

You May Also Like

More From Author

+ There are no comments

Add yours