ଅବସର ପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ ଦାୟିତ୍ୱ ନଦେବାରୁ ହଇରାଣ ରେ ନୂତନ ଅଙ୍ଗନବାଡି କର୍ମୀ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି 26/2(ଆ ପ୍ର )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଅଧିନ କୋନ୍ଧିଓଡା ଅଙ୍ଗନବଡି କେନ୍ଦ୍ର ର ଅଵସର ପ୍ରାପ୍ତ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ରତ୍ନା ଖରସେଲ କେନ୍ଦ୍ର ର କୌଣସି ଆସବାପତ୍ର, ଖେଳନାସାମଗ୍ରୀ, ଓଜନ ଯନ୍ତ୍ର, ନୂତନ ଭାବରେ ନିଯୁକ୍ତି ପାଇଥିବା ଅଙ୍ଗନୱାଡି କର୍ମୀ ଜୟନ୍ତୀ ମାଝି ଙ୍କୁ ଦାୟିତ୍ୱ ଅର୍ପଣ କରି ନଥିବା ରୁ ଅଙ୍ଗନୱାଡି କେନ୍ଦ୍ର ଚଳାଇବା ପାଇଁ ବିଶେଷ ଅସୁବିଧା ଦେଖା ଦେଉଥିବା ନେଇ ଅଭିଯୋଗ ହୋଇଛି l ଦାୟିତ୍ୱ ଅର୍ପଣ କରିବା ପାଇଁ ବିଭାଗ ତରଫରୁ ଶ୍ରୀମତୀ ଖରସେଲ ଙ୍କୁ ଦ୍ବି ଥର ଚିଠି କରାଯାଇଥିବା ସତ୍ୱେ l ସେ ବିଭାଗ ଆଦେଶ କୁ ବେଖାତିରି କରିବା ସହ ଘର ଭଡା ଟଙ୍କା ଦେଲେ ଦାୟିତ୍ୱ ପ୍ରଦାନ କରିବି ବୋଲି l ସେ ତାଙ୍କ ଜିଦ ରେ ଅଟଳ ରହି ଥିବା ନେଇ ଅଙ୍ଗନୱାଡି ପରିଦର୍ଶିକା ଦଳିଲା ଖୋସଲା ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l
ମିଲିଥିବା ସୂଚନା ଅନୁସାରେ କୋନ୍ଧିଓଡା ଅଙ୍ଗନବାଡି କେନ୍ଦ୍ର ର କର୍ମୀ ରତ୍ନା ଖରସେଲ l ଗତ 2022 ମସିହା ରେ ଚାକିରୀ ରୁ ଅଵସର ଗ୍ରହଣ କରିଥିଲେ l ତାଙ୍କ ସ୍ଥାନ ରେ କୋନ୍ଧିଓଡା କେନ୍ଦ୍ର ଚଲାଇବା ପାଇଁ l ସ୍ଥାନୀୟ ପିପିଲପଡା ମିନି ଅଙ୍ଗନୱାଡି କେନ୍ଦ୍ର ର ଅଙ୍ଗନୱାଡି କେନ୍ଦ୍ର ର କର୍ମୀ ପାର୍ବତୀ ଝାଙ୍କର ଙ୍କୁ ବିଭାଗ ଦାୟିତ୍ୱ ନେବା ପାଇଁ ଆଦେଶ ଦେଇଥିଲା l ଅଙ୍ଗନୱାଡି କର୍ମୀ ରତ୍ନା ଖରସେଲ ମିନି ଅଙ୍ଗନୱାଡି ପାର୍ବତୀ ଝାଙ୍କର ଙ୍କୁ ପ୍ରି ସ୍କୁଲ, ଗର୍ଭବତୀ, ପଞ୍ଜିକରଣ, ଟି ଏଚ ଆର, ଏବଂ ଶିଶୁ ତାଳିକା ଖାତା ଦାୟିତ୍ୱ ରେ ପ୍ରଦାନ କରି ଥିବା ବେଳେ l କେନ୍ଦ୍ର ର ଆସବାପତ୍ର, ଅନ୍ୟାନ୍ୟ ଯନ୍ତ୍ରପାତି, ଖେଳନା ସାମଗ୍ରୀ, ରୋଷଇ ସାମଗ୍ରୀ, କେସ ବୁକ ଏବଂ ଜଇଣ୍ଟ ପାସ ବୁକ ଦାୟିତ୍ୱ ନେବା ବେଳେ ଦେଇ ନଥିବା ନେଇ l ଶ୍ରୀମତୀ ଝାଙ୍କର ପ୍ରକାଶ କରିଛନ୍ତି l ଗତ 2022 ମସିଆ ରେ ଜୟନ୍ତୀ ନାୟକ ଙ୍କୁ କୋନ୍ଧିଓଦା କେନ୍ଦ୍ର ରେ ନୂତନ କର୍ମୀ ଭାବରେ ନିଯୁକ୍ତି ଦିଆଯାଇ ଥିଲା l ନୂତନ କର୍ମୀ ଜଣକ ପାର୍ବତୀ ଝାଙ୍କର ଙ୍କ ଠାରୁ ଅଵସର ନେଇ ଥିବା କର୍ମୀ ଜଣକ ଦାୟିତ୍ୱ ରେ ଦେଇଥିବା l 4 ଟି ଖାତା ପ୍ରଦାନ କରି ଥିଲେ l ରତ୍ନା ଖରସେଲ ଙ୍କୁ ଦାୟିତ୍ୱ ପ୍ରଦାନ କରିବା ପାଇଁ ବିଭାଗ ତରଫରୁ ତତକାଲିନ ସି ଡ଼ି ପି ଇ ଓ ଏସ ଗୀତା ଏକ ଚିଠି କରିବା ସତ୍ୱେ ସେ ଦାୟିତ୍ୱ ହସ୍ତାନ୍ତର ନ କରି l ଘରଭଡା ଏବଂ ତାଙ୍କ ଏସ ଏନ ପି ଟଙ୍କା ପ୍ରଦାନ କରାଗଲେ ଦାୟିତ୍ୱ ପ୍ରଦାନ କରିବେ ବୋଲି ତାଙ୍କ ଜିଦ ରେ ଅଟଳ ରହି ଥିବା ନେଇ ବିଭାଗ ତରଫରୁ ସୂଚନା ମିଳିଛି l ଏପଟେ ଓଜନ ଯନ୍ତ୍ର ଖେଳନା ସାମଗ୍ରୀ କେସ ବୁକ ଜୈଣ୍ଟ ପାସବୁକ ନଥିବାରୁ l କେନ୍ଦ୍ର ରେ ପିଲାଙ୍କୁ ଖେଳାଇବା ଓଜନ କରିବା ଠାରୁ ଆସବା ପତ୍ର ନଥିବାରୁ ହଇରାଣ ରେ ନୂତନ ଅଙ୍ଗନୱାଡି କର୍ମୀ l ଓଜନ ପାଇଁ ସେ ପିପିଲପଡା କେନ୍ଦ୍ର ଉପରେ ନିର୍ଭର କରୁଥିବା ନେଇ ଜୟନ୍ତୀ ନାୟକ ପ୍ରକାଶ କରିଛନ୍ତି l ରତ୍ନା ଖସେଲ ଙ୍କୁ ଗତ 23/2/2023 ରେ ବର୍ତ୍ତମାନ ର ସି ଡ଼ି ପି ଓ ସୌରେନ୍ଦ୍ରୀ ମହାନନ୍ଦ ପତ୍ର ସଂଖ୍ୟା 99/23 ନୁସାରେ ଦାୟିତ୍ୱ ଦେବା ପାଇଁ ଚିଠି କରି ଥିବା ସତ୍ୱେ ସେ ପତ୍ର ଗ୍ରହଣ କରୁ ନଥିବା ନେଇ ପରିଦର୍ଶିକା ଦଳିଲା ଖୋସଲା ପ୍ରକାଶ କରିଛନ୍ତି l ବିଭାଗ ତରଫରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି l ଅଵସର ପ୍ରାପ୍ତ ଅଙ୍ଗନୱାଡି କର୍ମୀ ରତ୍ନା ଖରସେଲ ଙ୍କ ଏତାଦୃଶ୍ୟ ସରକାରୀ ଆଦେଶ କୁ ବେଖାତିରି କୁ ନେଇ ବିଭିନ୍ନ ମହଲ ରେ ନିନ୍ଧା କରାଯିବା ସହ ଏହାର ଦୃଢ଼କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି l ଏଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l
ରିିପୋର୍ଟର– ମୁକୁନ୍ଦ ବେଶ୍ରା

You May Also Like

More From Author

+ There are no comments

Add yours