ଶବ୍ଦମିଡ଼ିଆ ବ୍ୟୁରୋ:ଦୀର୍ଘ ଦିନ ବ୍ୟବଧାନ ପରେ ଓଡ଼ିଶା ପୋଲିସ କନେଷ୍ଟବଳ ପରୀକ୍ଷା ନିଯୁକ୍ତି ବାହାରିଥିଲା।୪୭୯୦ ଟି କନେଷ୍ଟବଳ ପଦବୀ ପାଇଁ ଆଜିଠୁ ଆରମ୍ଭ ହୋଇଛି ପରୀକ୍ଷା।କିନ୍ତୁ ଆଜି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରଲ ହୋଇଛି।ଆଜି ପରୀକ୍ଷା ଚାଲିଥିବା ବେଳେ ହ୍ଵାଟ୍ସଆପରେ ଘୁରି ବୁଲୁଛି ପ୍ରଶ୍ନପତ୍ର।କୁହାଯାଇଛି ଯେ ଏସବୁ ଓଡିଶା ପୋଲିସ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ପ୍ରଶ୍ନ।ସେପଟେ ଏହି ପରୀକ୍ଷା ପ୍ରଶ୍ନପତ୍ର ଲିକ ପଛରେ ଏକ ବଡ ଧରଣର ରାକେଟ କାମ କରୁଥିବା ଜଣାପଡିଛି।ଯଥାଶୀଘ୍ର ଏହାର ତଦନ୍ତ ହେଉ ବୋଲି ଦାବି ହୋଇଛି।ତେବେ ଏହା କିଏ କେଉଁ ପରିସ୍ଥିତିରେ କରିଛି ତାହା ଜଣାପଡିନାହିଁ।
