ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଖୋଲିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ ସେଣ୍ଟର

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟର ପ୍ରମୁଖ ମହିଳା ବିଶ୍ବବିଦ୍ୟାଳୟ ହେଉଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ। ରାଜ୍ୟର ସରକାର ଏହି ମହିଳା ବିଶ୍ୱବିଦ୍ୟାଳୟ ପାଇଁ ଏକ ନୂତନ ଭେଟି ଦେବାକୁ ଯାଉଛନ୍ତି।ମହିଳା ଛାତ୍ରୀ ମାନଙ୍କ ପାଇଁ ଏହା ଏକ ଖୁସି ଖବର ବିଶ୍ୱବିଦ୍ୟାଳୟରେ ଖୋଲିବାକୁ ଯାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବଟିକ ସେଣ୍ଟର।ଏନେଇ ଉଚ୍ଚଶିକ୍ଷା ବିଭାଗ ରମାଦେବୀ ବିଶ୍ବବିଦ୍ୟାଳ କୁଳପତିଙ୍କୁ ମତ ରଖିବାକୁ ଚିଠି ଲେଖିଛନ୍ତି । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ଭୁବନେଶ୍ବର ଆଇଆଇଟି ପ୍ରସ୍ତାବ ଦେଇଛି ।

ରମାଦେବୀ ବିଶ୍ୱବିଦ୍ୟାଳୟ
ରାଜ୍ୟରେ ଶିକ୍ଷାର ଉନ୍ନତି ନେଇ ସରକାର ସର୍ବଦା ପ୍ରାୟାସ କରୁଛନ୍ତି । ଦେଶ ଏବଂ ବିଦେଶରେ ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଓ ରୋବୋଟିକ ସେଣ୍ଟରର ଚାହିଦା ବଢ଼ିବାରେ ଲାଗିଛି । ରାଜ୍ୟରେ ଥିବା ଏକମାତ୍ର ମହିଳା ସରକାରୀ ବିଶ୍ବବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ରେବୋଟିକ୍ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ବର ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଏହି ପ୍ରସ୍ତାବ ଦିଆଯାଇଛି । ଏନେଇ ସ୍ନାତକ ଡିଗ୍ରୀଧାରୀ ଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇ ସେମାନେ କିଭଳି ଭାବରେ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ ହୋଇପାରିବେ ତାହା ମୁଖ୍ୟ ଲକ୍ଷ୍ୟ ରଖାଯାଇଛି ।

ଆଇଆଇଟି ଭୁବନେଶ୍ବର ପକ୍ଷରୁ ଏହି ପ୍ରସ୍ତାବ ଦିଆଯିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରମାଦେବୀ ବିଶ୍ଵବିଦ୍ୟାଳୟରେ ରୋବୋଟିକ କେନ୍ଦ୍ର ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତ ଲୋଡିଛି । ରାଜ୍ୟ ସରକାର ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କିଭଳି ଭାବରେ ପିଲାମାନେ ଶିକ୍ଷାକ୍ଷେତ୍ରରେ ଆଗକୁ ବଢିବେ ସେନେଇ ସ୍କୁଲ ଓ ବିଶ୍ଵବିଦ୍ୟାଳୟସ୍ତରରେ ଉନ୍ନତି କାର୍ଯ୍ୟ କରାଯାଉଛି । ରାଜ୍ୟରେ ସ୍କୁଲ ରୂପାନ୍ତରଣ ପରି ସ୍ମାର୍ଟ କ୍ଲାସ ରୁମ୍ ଓ ବିଶ୍ଵବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର।ଚଳିତ ବିଧାନସଭାରେ ବଜେଟରେ ମଧ୍ୟ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ବିଶ୍ବବିଦ୍ୟାଳୟର ସ୍ନାତକ ସ୍ତରରେ ୨୩ଟି, ସ୍ନାତକୋତ୍ତର ସ୍ତରରେ ୧୪ଟି ଓ ପିଏଚଡି ସ୍ତରରେ ୧୦ଟି ବିଭାଗ ରହିଛି । ଛାତ୍ରୀମାନଙ୍କ ପାଇଁ ଏଠାରେ କ୍ରୀଡା, ଯୋଗ, ଏନସିସି, ଫଟୋ କ୍ଲବ, ଭାଷା କ୍ଲବ, ସେଣ୍ଟର ଅଫ ଏକ୍ସଲେନ୍ସ ଆଦିର ସୁବିଧା ରହିଛି । 2015 ମସିହା ଫେବୃଆରୀ ମାସରେ ଏହି ବିଶ୍ବବିଦ୍ୟାଳୟକୁ ନାକ ଗ୍ରେଡ଼ ଏ ମାନ୍ୟତା ମିଳିଥିଲା । 2015 ମସିହା ମଇ ମାସରେ ଉଚ୍ଚଶିକ୍ଷା ବିଭାଗ ଅକ୍ଷରୁ ରମାଦେବୀ ବିଶ୍ବବିଦ୍ୟାଳୟକୁ ରୁସା ଅନୁମୋଦନ ମିଳିଥିଲା ଓ ବିଶ୍ବବିଦ୍ୟାଳୟର ମାନ୍ୟତା ମଧ୍ୟ ମିଳିଥିଲା ।

You May Also Like

More From Author

+ There are no comments

Add yours