Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ରାଜ୍ୟର ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

ସକାଳେ ପୁରୀ ଜିଲ୍ଲା ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡ଼ା ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ବସ୍‌ଟି ବ୍ରହ୍ମଗିରିରୁ କଟକ ଯାଉଥିବା ବେଳେ ବାଇକ୍‌ଟିକୁ ଧକ୍କା ଦେଇଥିଲା। ମୃତ ବାଇକ ଚାଳକଙ୍କ ନାଁ କମଳ ସାମନ୍ତରାୟ। ତାଙ୍କ ଘର ଅପିଠି ଗାଁରେ। ବ୍ରହ୍ମଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି।

ନୟାଗଡ଼ ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥରେ ଚାନ୍ଦପୁର ବାଇପାସ୍‌ରେ ଭୋରରେ ଏକ ଟ୍ରକ୍ ଏକ ପିକ୍‌ଅପ୍ ଭ୍ୟାନ୍‌କୁ ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *