କେନ୍ଦୁଝର ଘରୋଇ କଲେଜ ହଷ୍ଟେଲରୁ ୪ଛାତ୍ର ନିଖୋଜ

ଶବ୍ଦମିଡ଼ିଆ ବ୍ୟୁରୋ: କେନ୍ଦୁଝରର ଘରୋଇ କଲେଜ ହଷ୍ଟେଲରୁ ୪ ଜଣ ଛାତ୍ର ନିଖୋଜ। ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଟାଉନ ଥାନା ବଡହଳ ସ୍ଥିତ କେଏସଇ କଲେଜ ହଷ୍ଟେଲରୁ ୪ଜଣ ଛାତ୍ର କୁଆଡେ ଚାଲିଯାଇଥିବା ଜଣାପଡିଛି । କେଏସଇ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ପରିବାର ଲୋକେ କଲେଜରେ ପହଞ୍ଚିଥିଲେ । ଛାତ୍ରମାନେ ହଷ୍ଟେଲରୁ ନିଖୋଜ ହେବା ସମୟରେ ସିସିଟିଭି କାମ କରୁନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବରୁ କେଏସଇ କଲେଜ କର୍ତ୍ତୃପକ୍ଷ ଥାନାରେ ଏକ ଏତଲା ଦେଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ଅଭିଯୋଗ ପାଇବା ପରେ କେନ୍ଦୁଝର ଟାଉନଥାନା ପକ୍ଷରୁ ଛାତ୍ରଙ୍କୁ ଖୋଜାଖୋଜି ଆରମ୍ଭ ହୋଇଯାଇଛି ।

You May Also Like

More From Author

+ There are no comments

Add yours