୪ ଦିନିଆ ରିମାଣ୍ଡରେ ଟେକ୍ନିକାଲ ଅଫିସର ବାବୁରାମ ଦେ

ଶବ୍ଦମିଡ଼ିଆ ବ୍ୟୁରୋ: ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲାରେ ଟେକ୍ନିକାଲ ଅଫିସର ବାବାରାମଙ୍କୁ ୪ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ବାବୁରାମଙ୍କ ସହ ତାଙ୍କ ବିଭାଗରେ କାମ କରୁଥିବା ଆଇଟିଆରର କିଛି ଅଧିକାରୀ ଓ କର୍ମଚାରୀଙ୍କୁ ଡକାଯାଇ ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।
ହନିଟ୍ରାପରେ ଫସାଇଥିବା ରାୱଲପିଣ୍ଡି ଯୁବତୀଙ୍କ ସହ ଆର୍ଥିକ କାରବାରର ତଦନ୍ତ କରୁଛି ପୋଲିସ । ଏସ୍ବିଆଇ ଓ ଆକ୍ସିସ ବ୍ୟାଙ୍କରେ ଥିବା ବାବୁରାମଙ୍କ ଦୁଇଟି ଯାକ ଆକାଉଂଟର ବିବରଣୀ ଦେବାକୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ କହିଛି ପୋଲିସ । ଏଥି ସହିତ ପୈତୃକ ଗାଁ ଜଳେଶ୍ୱର ସମେତ ଅନ୍ୟ କେଉଁଠି ତାଙ୍କର ସ୍ଥାବର, ଅସ୍ଥାବର, ଭୂସମ୍ପତି ରହିଛି ସେନେଇ ତଥ୍ୟ ଦେବାକୁ ଜଳେଶ୍ୱର ତହସିଲଦାରଙ୍କ ସହଯୋଗ ଲୋଡାଯାଇଛି ।

You May Also Like

More From Author

+ There are no comments

Add yours