ମହିଳା ଟି-୨୦ ବିଶ୍ୱକପ ଫାଇନାଲ : ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର

ଶବ୍ଦମିଡ଼ିଆ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଫାଇନାଲ ଆଜି ଖେଳାଯିୱ । ଗତଥର ବିଜେତା ଅଷ୍ଟ୍ରେଲିଆ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଯଦି ଦକ୍ଷିଣ ଆଫ୍ରିକା ଜିତେ ତାହାଲେ ଆୟୋଜକ ଭାବେ ବିଶ୍ବ କପ୍‌ ହାସଲ କରିବାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ହୋଇଯିବ । ନଚେତ୍‌ ଅଷ୍ଟ୍ରେଲିଆ ମହିଳା ଦଳ ବିଶ୍ବ ବିଜେତା ବୋଲି ପୁଣି ଥରେ ପ୍ରମାଣିତ ହୋଇଯିବ । ଏଥର ଫାଇନାଲିଷ୍ଟଙ୍କୁ ଦେଖିଲେ ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା ଗୋଟିଏ ଗ୍ରୁପ୍‌ର ଦୁଇ ଦଳ ଟ୍ରଫି ପାଇଁ ଲଢ଼ିବେ। ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗ୍ରୁପ୍‌-୧ରେ ସ୍ଥାନ ପାଇଥିଲା ବେଳେ ଦୁହେଁ ମଧ୍ୟ ଫାଇନାଲ୍‌ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ୧୧ : ଆଲିସା ହିଲେ (ୱିକେଟ୍‌ରକ୍ଷକ), ବେଥ୍‌ ମୁନି, ମେଗ୍‌ ଲାନିଂ (ଅଧିନାୟିକା), ଆସ୍‌ଲେ ଗାର୍ଡନର, ଗ୍ରେସ୍‌ ହାରିସ, ଏଲିସେ ପେରି, ତାହିଲା ମ୍ୟାକ୍‌ଗ୍ରା, ଜର୍ଜିଆ ୱେରହାମ୍‌, ଜେସ୍‌ ଜୋନାସେନ, ମେଗାନ ଶ୍ଚୁଟ୍‌‌, ଦାର୍ସି ବ୍ରାଉନ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ୧୧ : ଲୌରା ଉଲ୍‌ଭର୍ଟ, ତମିନ ବ୍ରିଟ୍‌ସ, ମାରିଜାନେ କାପ୍‌, କ୍ଲୋଏ ଟ୍ରାୟନ, ନାଦିନେ ଡି କ୍ଲେର୍କ, ସୁନେ ଲୁସ୍‌ (ଅଧିନାୟିକା), ଆନେକେ ବୋଶ୍ଚ, ସିନୋଲା ଜାଫ୍‌ତା (ୱିକେଟ୍‌ରକ୍ଷକ), ସବ୍‌ନିମ ଇସ୍‌ମାଇଲ, ଆୟାବୋଙ୍ଗା ଖାକା‌, ନଙ୍କୁଲୁଲେକୋ ଏମ୍‌ଲାବା।

You May Also Like

More From Author

+ There are no comments

Add yours