ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ରାଜ୍ୟ ବାସୀଙ୍କୁ ବିଦ୍ୟୁତ ବଣ୍ଟନ ଦାଇତ୍ୱ ସରକାର ଟାଟା ପାୱାରକୁ ଦେଇଛନ୍ତି।ଟାଟା ପାୱାର ଜେବେଠାରୁ ରାଜ୍ୟରେ ବିଦ୍ୟୁତ ବଣ୍ଟନ ଦାଇତ୍ୱ ନେଇଛି ସେବେଠାରୁ ରାଜ୍ୟବାସୀଙ୍କ ଟାଟା ପାୱାର ଉପରେ ଅସନ୍ତୋଷ ଭାବ ରହିଛି।ଏହାର ପ୍ରମୁଖ କାରଣ ହେଉଛି ଟାଟା ପାୱାର ମନମୁଖୀ କାର୍ଯ୍ୟକଳାପ।ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଟାଟା ପାୱାରର ମନମାନି ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଶୂନ୍ୟ କାଳରେ ପଏଣ୍ଟ ଅଫ ଅର୍ଡର ଉଠାଇ ଟାଟା ପାୱାରର ମନମାନି ନେଇ ଉଦବେଗ ପ୍ରକାଶ କଲେ ଜୟନାରାୟଣ । ଟାଟା ପାୱାର ଗୁଣ୍ଡା ଲଗାଇ ବିଲ ସଂଗ୍ରହ କରୁଛି। ମିଟର ଠିକ୍ ଭାବେ କାମ କରୁନି। ଗୋଟିଏ ବଲ ଜଳୁଥିଲେ ବି ଲକ୍ଷ ଲକ୍ଷ ବିଲ ଆସୁଛି।
ଜୋର ଜବରଦସ୍ତ ବିଲ୍ ସଂଗ୍ରହ କରୁଛି ଟାଟା ପାୱାର। ଲୋକଙ୍କ ଲାଇନ୍ କାଟୁଛି। ବ୍ୟବସ୍ଥାରେ ନଥାଇ ଏପରି ଟାଟା ପାୱାର କିପରି ମନମାନି କରୁଛି ବୋଲି କହିଛନ୍ତି। ଏ ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ନେତା ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ମନ୍ତ୍ରୀ, ବିଧାୟକ ଓ ଅଧିକାରୀଙ୍କୁ ଡାକି ଆଲୋଚନା କରିବେ । କିପରି ସମସ୍ୟା ଦୂର ହୋଇ ପାରିବ ସେ ନେଇ ପ୍ରୟାସ କରାଯିବ ବୋଲି କହିଛନ୍ତି ବାଚସ୍ପତି।