Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ: କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସହ ନିୟମିତ ଭାବେ ଅନୁପ୍ରବେଶ ହେଉଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଏନେଇ କୌଣସି ତଥ୍ୟ ନାହିଁ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୁକ୍ରବାର ବିଧାନସଭାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଫିସରମାନେ କୋଟିଆରେ ରାସନ କାର୍ଡ କିମ୍ବା ଭତ୍ତା ବଂଟନ କରିବାର ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ଉପଲବ୍ଧ ନାହିଁ ବୋଲି କହି ପରୋକ୍ଷରେ ଆନ୍ଧ୍ରପ୍ରଦେଶର ମନମାନୀକୁ ଲୁଚାଇବାକୁ ଉଦ୍ୟମ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀମାନେ ୨୦୨୧ ମସିହାରେ କୋଟିଆ ଗ୍ରାମପଂଚାୟତରେ ଅନୁପ୍ରବେଶ କରିବା ସହିତ ଏଠାରେ ରାସନ କିମ୍ବା ଭତ୍ତା ବଂଟନ କରିବାର ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଉପଲବ୍ଧ ନାହିଁ । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ହୋଇନାହିଁ । ସେଭଳି କିଛି କାର୍ଯ୍ୟକଳାପ ଦୃଷ୍ଟି ଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *