ସେମିଫାଇନାଲ୍‌ରେ ହାରିଗଲା ଭାରତ

ଶବ୍ଦମିଡ଼ିଆ ବ୍ୟୁରୋ: ଟି-୨୦ ମହିଳା ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛି ଭାରତୀୟ ଦଳ। ଗୁରୁବାର ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୫ ରନ୍‌ରେ ପରାସ୍ତ ହୋଇଛି। ୧୭୩ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା।
ଶେଷ ଓଭରରେ ଭାରତକୁ ଜିତିବାକୁ ୧୬ ରନ୍ କରିବାକୁ ଥିବା ବେଳେ ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରେ ରାଧା ଯାଦବ ଶୂନରେ ଆଉଟ୍ ହୋଇଥିଲେ। ଦୀପ୍ତି ଶର୍ମା ୨୦ ଓ ଶିଖା ପାଣ୍ଡେ ୧ ରନ୍ କରି ଅପରାଜିତ ରହିଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ଆଶ୍‌ଲୀ ଗାର୍ଡନର ଓ ଡି. ବ୍ରାଉନ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମେଗାନ୍ ଶଟ୍ ଓ ଜେସ୍ ଜୋନାସେନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

You May Also Like

More From Author

+ There are no comments

Add yours