Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ନିର୍ମାଣର ବର୍ଷେ ନପୁରୁଣୁ ଭୁଶୁଡ଼ି ପଡିଲା ପୋଲ। ଏଯାଏ ଆରମ୍ଭ ହୋଇପାରୁନି ନିର୍ମାଣ କାମ । ଦଶ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ । ଗାଁକୁ ଆସିପରୁନି ଆମ୍ବୁଲାନ୍ସ । ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବନଗୁଡ଼ା ଗାଁରେ। 2018ମସିହା ଏପ୍ରିଲ ୧୬ରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । 24 ଡିସେମ୍ବର 2018ରେ ନିର୍ମାଣ ସମ୍ପୂର୍ଣ ହୋଇଥିଲା । କିନ୍ତୁ ବର୍ଷେ ନ ଯାଉଣୁ ପୋଲଟି ଭୁଶୁଡ଼ି ପଡିଲା । ପାଞ୍ଚ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁନର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନି । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ପୋଲ ନିର୍ମାଣର ନା ଧରୁନି।

ଏବେ ଖରା ଦିନ ହୋଇଥିବାରୁ ଏକ ପ୍ରକାର ଲୋକେ କଷ୍ଟେ ମାଷ୍ଟ ଯାତାୟାତ କରୁଛନ୍ତି । ବର୍ଷା ଋତୁ ଆସିଲେ କଥା ସରିଲା । ଦଶ ଖଣ୍ଡ ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଆନ୍ତି । ହାଟ ବଜାର ହେଉ ବା ସ୍କୁଲ କଲେଜ୍ ସବୁ ଠପ୍ ହୋଇଯାଏ। ଗାଁର କୌଣସି ରୋଗୀ ବା ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେଲେ ଭାରରେ ବୋହି ଟେକି ଟେକି ନଦୀ ପାର ହେଉଛନ୍ତି ଲୋକେ । ବାରମ୍ବାର ଜନପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି କିନ୍ତୁ କୌଣସି ସୁଫଳ ମିଳିନାହିଁ । ଏହି ଅଞ୍ଚଳର ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ନିର୍ବାଚିତ ହୋଇ ତାଙ୍କର ପାଞ୍ଚ ବର୍ଷକାଳ ସମ୍ପୂର୍ଣ ହେବାକୁ ଗଲାଣି କିନ୍ତୁ ଏହି ଅଞ୍ଚଳକୁ ଥରୁଟିଏ ମଧ୍ୟ ତାଙ୍କ ପାଦ ପଡିନଥିବା ଅଭିଯୋଗ କରିଛନ୍ତି ଲୋକମାନେ ଏବଂ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କୌଣସି କର୍ଣ୍ଣପାତ କରୁନାହାନ୍ତି ବିଧାୟକ।

By

Leave a Reply

Your email address will not be published. Required fields are marked *